ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ବୁଧବାର ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସହିତ ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ଭାବେ ଭାରତୀୟ ବଂଶଜ କମଳା ହ୍ୟାରିସ ଶପଥ ନେଇଛନ୍ତି। ଆଜିଠୁ ଆମେରିକା ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ତେବେ ସବୁଠାରୁ ବଡ଼ କଥା ହେଉଛି ବାଇଡେନ ଓ ହ୍ୟାରିସ ତାଙ୍କ ଟିମ୍‌ରେ ୨୦ ଭାରତୀୟ ବଂଶଜଙ୍କୁ ସାମିଲ କରିଛନ୍ତି।

ଏମାନଙ୍କ ମଧ୍ୟରେ ୧୩ ଜଣ ମହିଳା ଅଛନ୍ତି। କେବଳ ଏତିକି ନୁହେଁ ଏହି ୨୦ ଜଣ ହ୍ୱାଇଟ ହାଉସ କମ୍ଲେକ୍ସରେ କାମ କରିବେ। ଏହା ମଧ୍ୟ ଆମେରିକା ପାଇଁ ଏକ ନୂଆ କଥା। କାରଣ ଏହାପୂର୍ବରୁ କୌଣସି ରାଷ୍ଟ୍ରପତି ତାଙ୍କ ଟିମରେ ଏତେ ସଂଖ୍ୟକ ଭାରତୀୟ ବଂଶଜଙ୍କୁ ସ୍ଥାନ ଦେଇନାହାଁନ୍ତି।

ତେବେ ପ୍ରମୁଖ ଭାରତୀୟ ବଂଶଜଙ୍କ ମଧ୍ୟରେ ରହିଛନ୍ତି ନୀରା ଟଣ୍ଡନ (ହ୍ୱାଇଟ ହାଉସ ଅଫିସର, ମ୍ୟାନେଜମେଣ୍ଟ ଓ ବଜେଟ ନିର୍ଦ୍ଦେଶକ), ଡକ୍ଟର ବିବେକ ମୂର୍ତ୍ତି (ଆମେରିକାର ସର୍ଜନ ଜେନେରାଲ),  ଉଜରା ଯେୟସ, ମାଲା ଆଡ଼ିଗା (ଜିଲ ବାଇଡେନଙ୍କ ନୀତି ନିର୍ଦ୍ଦେଶକ), ଗରିମା ବର୍ମା (ଜିଲ ବାଇଡେନଙ୍କ ଅଫିସର ଡିଜିଟାଲ ଡାଇରେକ୍ଟର), ଆଇଶା ଶାହ, ସମୀରା ଫାଜିଲି (ଜାତୀୟ ଅର୍ଥନୀତି ପରିଷଦର ଉପନିର୍ଦ୍ଦେଶକ), ଗୌତମ ରାଘବନ (ରାଷ୍ଟ୍ରପତି ଭବନ କର୍ମଚାରୀ ନିର୍ଦ୍ଦେଶକ), ବିନୟ ରେଡ୍ଡି (ସ୍ପିଚ୍‌ ରାଇଟିଂ ନିର୍ଦ୍ଦେଶକ), ତରୁଣ ଛାବ୍ରା (ଟେକନୋଲୋଜି ଓ ନାସନାଲ ସିକ୍ୟୁରିଟିର ବରିଷ୍ଠ ନିର୍ଦ୍ଦେଶକ), ସୁମନ ଗୁହା (ନାସନାଲ ସିକ୍ୟୁରିଟି କାଉନସିଲ-ଦକ୍ଷିଣ ଏସିଆର ବରିଷ୍ଠ ନିର୍ଦ୍ଦେଶକ),  ସବ୍ରିନା ସିଂହ (ହ୍ୱାଇଟ ହାଉସର ଡେପୁଟି ପ୍ରେସ୍‌ ସେକ୍ରେଟାରି), ବେଦାନ୍ତ ପଟେଲ (ହ୍ୱାଇଟ ହାଉସର ଆସିଷ୍ଟାଣ୍ଟ ପ୍ରେସ ସେକ୍ରେଟାରି), ଶାନ୍ତି କଳାଥିଲା (ଡେମୋକ୍ରାସି ଓ ହ୍ୟୁମାନ ରାଇଟ ସଂଯୋଜକ)।

Comment