ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

ଓଡ଼ିଶା ସିନେ ପ୍ରେମୀଙ୍କ ପାଇଁ ଖୁସି ଖବର। ଚଳଚ୍ଚିତ୍ର ଜଗତର ସର୍ବୋଚ୍ଚ ପୁରସ୍କାର ଓସ୍କାର ପାଇଁ ମନୋନୀତ ହୋଇଛି ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କ ଓଡ଼ିଆ ସିନେମା ‘କାଲିର ଅତୀତ’। ଓସ୍କାରର ସାଧାରଣ ବର୍ଗରେ ଶ୍ରେଷ୍ଠ ଚଳଚିତ୍ର, ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ନିର୍ଦ୍ଦେଶକ ଏବଂ ଅନ୍ୟ ବିଭାଗ ପାଇଁ ଏହି ଫିଲ୍ମଟି ମନୋନୀତ ହୋଇଛି।

ଏଥିସହିତ ପିଲ୍ମଟି ଓସ୍କାର ଏକାଡେମୀରେ ସ୍କ୍ରିନିଂ ପାଇଁ ମଧ୍ୟ ମନୋନୀତ ହୋଇଛି। ଏନେଇ ନିର୍ଦ୍ଦେଶକ ନୀଳମାଧବ ପଣ୍ଡା ଟୁଇଟ୍ କରି ସୂଚନା ଦେଇଛନ୍ତି। କାଲିର ଅତୀତ ସିନେମା ଓସ୍କାର ଦୌଡ଼ରେ ସାମିଲ ହେବା ପରେ ଏହାର ନିର୍ମାତା ତଥା ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି।

ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସହିତ ଓଡ଼ିଶାବାସୀଙ୍କ ସଂଘର୍ଷ ତଥା ଜଳବାୟୁ ପରିବର୍ତ୍ତନକୁ ନେଇ କାଲିର ଅତୀତ ଫିଲ୍ମର କାହାଣୀ ପ୍ରସ୍ତୁତ ହୋଇଛି। ଏଥିରେ ପୀତ୍ତବାସ ତ୍ରୀପାଠୀ, ବସନ୍ତ ସାହୁ, ଗୋଲକ କୁମାର ସେଠୀ, ସୋନାଲି ଶର୍ମିଠା ମହାନ୍ତି, ଗାର୍ଗି ମହାନ୍ତି ଏବଂ ସୁଶାନ୍ତ ଦାସ ମହାପାତ୍ର ପ୍ରମୁଖ କଳାକାରମାନେ ଅଭିନୟ କରିଛନ୍ତି।

କିଛିଦିନ ପୂର୍ବରୁ ଏହି ସିନେମାଟି ଭାରତ ସରକାରଙ୍କ ଦ୍ୱାରା ଆୟୋଜିତ ଗୋଆ ଆନ୍ତର୍ଜାତିକ ସିନେମା ଉତ୍ସବର ପାନୋରାମାରେ ପ୍ରଦର୍ଶିତ ହୋଇ ମଧ୍ୟ ବେସ୍ ପ୍ରଶଂସା ସାଉଁଟିଥିଲା।

LEAVE A REPLY

Please enter your comment!
Please enter your name here