ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦକ୍ଷିଣ କୋରିଆ ଫିଲ୍ମ ‘ପାରାସାଇଟ୍‌’କୁ ଶ୍ରେଷ୍ଠ ଫିଲ୍ମ ଭାବେ ଓସ୍କାର ପୁରସ୍କାର ମିଳିଛି। ଶ୍ରେଷ୍ଠ ଫିଲ୍ମ ସମେତ ଏହି ଫିଲ୍ମକୁ ୪ଟି ପୁରସ୍କାର ମିଳିଛି। ଆମେରିକାର ଲସ୍ ଏଞ୍ଜେଲସରେ ୯୨ତମ ଓସ୍କାର ପୁରସ୍କାର ପ୍ରଦାନ ସମାରୋହ ସୋମବାର ଅନୁଷ୍ଠିତ ହୋଇଛି।

‘ପାରାସାଇଟ୍’ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ୱାସ୍କାର୍‌ ଆଓ୍ୱାର୍ଡ ପାଇଥିଲା ବେଳେ ଏହାର ନିର୍ଦ୍ଦେଶକ ବଙ୍ଗ୍ ଜୁନ୍‌ ହୋଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ମିଳିଛି ଏହି ସମ୍ମାନଜନକ ପୁରସ୍କାର। ଏହା ବ୍ୟତୀତ ‘ପାରାସାଇଟ୍‌’କୁ ବେଷ୍ଟ ଅରିଜିନାଲ୍‌ ସ୍କ୍ରିନ୍‌ ପ୍ଲେ ଓ ବେଷ୍ଟ ଇଣ୍ଟରନ୍ୟାସ୍‌ନାଲ୍‌ ବର୍ଗରେ ମଧ୍ୟ ଏହି ପୁରସ୍କାର ଦିଆଯାଇଛି।

ସେହିପରି ବେଷ୍ଟ ଆନିମେଟେଡ୍ ଫିଚର ଫିଲ୍ମ ବର୍ଗରେ ‘ଟୟ ଷ୍ଟୋରୀ’ ୪ଟି ଓସ୍କାର ଆୱାର୍ଡ ପାଇଛି। ଫିଲ୍ମ ‘ଜୋକର୍’ ପାଇଁ ଲୋକପ୍ରିୟ ଅଭିନେତା ୱାକିନ୍ ଫିନିକ୍ସଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରାଯାଇଛି।

ବାୟୋପିକ୍ ‘ଜୁଡି ଗାର୍ଲେଡ୍’ ପାଇଁ ରିନି ଜେଲୱେଗର୍ ହୋଇଛନ୍ତି ଶ୍ରେଷ୍ଠ ଅଭିନେତ୍ରୀ।

ପ୍ରଖ୍ୟାତ ଅଭିନେତା ବ୍ରାଡ୍‌ ପିଟ୍‌ଙ୍କୁ ଶ୍ରେଷ୍ଠ ସହ ଅଭିନେତା ପୁରସ୍କାର ମିଳିଛି। ତାଙ୍କୁ ଏହି ସମ୍ମାନ ଫିଲ୍ମ ‘ୱାନ୍ସ ଅପନ ଏ ଟାଇମ୍‌ ଇନ୍‌ ହଲିଉଡ୍’ ପାଇଁ ମିଳିଛି। ସେହିଭଳି ଫିଲ୍ମ ‘ମ୍ୟାରେଜ୍ ଷ୍ଟୋରୀ’ ପାଇଁ  ଶ୍ରେଷ୍ଠ ସହ ଅଭିନେତ୍ରୀ ଭାବେ ଓସ୍କାର ପୁରସ୍କାର ଜିତିଛନ୍ତି ଅଭିନେତ୍ରୀ ଲୌରା ଡର୍ଣ୍ଣ। ମାତ୍ର ଏଥର କୌଣସି ଭାରତୀୟ ଫିଲ୍ମ ଓସ୍କାର ପୁରସ୍କାର ପାଇନାହାନ୍ତି।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/GdDI3XxY4zRF106ts2biAQ

Comment