ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଜେଟ୍‌-୨୦୨୧ରେ ଶିକ୍ଷା ଓ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର। ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ମୋଟ ୨୪ ହଜାର ୩ ଶହ ୭୦ କୋଟି ଟଙ୍କା ଏଥର ବ୍ୟୟ ବରାଦ କରାଯାଇଛି। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ୨ ଶହ ୮୦ କୋଟି ଟଙ୍କା ଘୋଷଣା ହୋଇଛି।

  • ‘ସମ୍ରଗ ଶିକ୍ଷା’ ନିମନ୍ତେ ୩ ହଜାର ୬୬ କୋଟି ଟଙ୍କା
  • ମଧ୍ୟାହ୍ନ ଭୋଜନ ପାଇଁ ୯ ଶହ ୫୭ କୋଟି
  • ‘ମୋ ସ୍କୁଲ’ ପାଇଁ ୨ ଶହ ୫୩ କୋଟ
  • ‘ମୋ କଲେଜ’ ଅଭିଯାନ ପାଇଁ ୭ କୋଟି
  • ଗଙ୍ଗାଧର ମେହେର ଶିକ୍ଷା ମାନକ ବୃଦ୍ଧି ଯୋଜନା ପାଇଁ ୪ ଶହ ୩୦ କୋଟି
  • ଅନୁସୂଚିତ ଜନଜାତି ଛାତ୍ରୀ ନିବାସ ପାଇଁ ଏବଂ ସହରାଞ୍ଚଳରେ ଛାତ୍ର ନିବାସ ପାଇଁ ୨ଶହ ୭୦ କୋଟି
  • ସମସ୍ତ ଛାତ୍ରବୃତ୍ତିକୁ ଡିବିଟି ମାଧ୍ୟରେ ଦେବାକୁ ୧ ହଜାର ୨ କୋଟି
  • Odisha Higher Education Programme for Excellence and Equity” ପାଇଁ ୧ ଶହ ୮ କୋଟି
  • ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ୧୦ କୋଟି
  • ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକରେ ଭିତ୍ତିଭୂମିର ବିକାଶ ପାଇଁ ୧ ଶହ ୫୭ କୋଟି
  • ଲାପଟପ ବିତରଣ ପାଇଁ ୪୬ କୋଟି
  • ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ ଯୋଜାନରେ ୨ ଶହ ୧୨ କୋଟି
  • ଦକ୍ଷତା ବିକାଶ ପାଇଁ ୬ ଶହ ୬୪ କୋଟି
  • ଦକ୍ଷତା ବିକାଶରେ ବ୍ରତୀ ପ୍ରତିଷ୍ଠାନଗୁଡ଼ିକର ବିକାଶ ଲାଗି ୧ ଶହ ୫୧ କୋଟି

Comment