ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶରେ ହୁ ହୁ ହୋଇ ତୈଳ ଦର ବୃଦ୍ଧି ପାଉଛି। ଅନେକ ରାଜ୍ୟରେ ତେଲ ଦର ୧୦୦ ଛୁଇଁ ଥିବାବେଳେ, ଆଉ କିଛି ରାଜ୍ୟରେ ୯୦ ପାର ହୋଇସାରିଲାଣି। ତେଲ ଦରରେ ଏଭଳି ବୃଦ୍ଧିକୁ ନେଇ ସବୁ ମହଲରେ ଦେଖା ଦେଇଛି ପ୍ରତିବାଦ। ଏପଟେ ଗ୍ରାହକ ଚିନ୍ତାରେ ଥିବାବେଳେ, ଏହାକୁ ନେଇ ମୁହଁ ଖୋଲିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

“ଅନ୍ତର୍ଜାତୀୟ ବଜାରରେ ତେଲ ଉତ୍ପାଦନ ହ୍ରାସ ପାଇଛି। ତେଲ ଉତ୍ପାଦନ କରୁଥିବା ଦେଶଗୁଡ଼ିକ ଅଧିକ ଲାଭବାନ୍ ହେବା ଚକରରେ କମ୍ ପରିମାଣରେ ତେଲ ବଜାରକୁ ଛାଡ଼ୁଛନ୍ତି” କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଅପରପକ୍ଷରେ ପେଟ୍ରୋଲ ଓ ଡିଜେଲ ଉପରେ ଲାଗୁହୋଇଥିବା ଟିକସକୁ ନେଇ ମନ୍ତ୍ରୀ କହିଛନ୍ତି, କରୋନା ସମୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ବିକାଶମୂଳକ କାର୍ଯ୍ୟ କରିଥିଲେ। ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଟିକସ ଆଦାୟ କରିଛନ୍ତି। ବିକାଶମୂଳକ କାର୍ଯ୍ୟରେ ଅଧିକ ପୁଞ୍ଜିନିବେଶ କରାଗଲେ ଅଧିକ ନିଯୁକ୍ତି ସୃଷ୍ଟି ହେବ। ଏଥିପାଇଁ ସରକାର ପୁଞ୍ଜିବିନିଯୋଗକୁ ବଢ଼ାଇଛନ୍ତି। ବଜେଟରେ ଏହାର ବ୍ୟବସ୍ଥା ରହିଛି। ଅର୍ଥମନ୍ତ୍ରୀ ଏହାର ଏକ ଉପାୟ ବାହାର କରିପାରିବେ କହିଛନ୍ତି କେନ୍ଦ୍ରମନ୍ତ୍ରୀ।

Comment