ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶରେ ଓଟିଟି ଓ ସୋସିଆଲ ମିଡିଆ ପାଇଁ କେନ୍ଦ୍ର ସରକାର ଆଜି ଗାଇଡଲାଇନ୍‌ ଜାରି କରିଛନ୍ତି। କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ ସାମ୍ବାଦିକ ସମ୍ମିଳନୀ କରି ଏହି ନୂଆ ଗାଇଡଲାଇନ ସମ୍ପର୍କରେ କହିଛନ୍ତି।

  • ଏଣିକି ଓଟିଟି, ସୋସିଆଲ ମିଡିଆ କଣ୍ଟେଣ୍ଟ ଉପରେ ନଜର ରଖାଯିବ।
  • ସବୁ ସର୍ଭିସ ପ୍ରୋଭାଇଡର ଅଭିଯୋଗ ସେଲ୍‌ ରଖିବେ।
  • ଅଭିଯୋଗ ଆସିଲେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ।
  • ଫେକ୍‌ ନ୍ୟୁଜ୍‌ ପାଇଁ ୩ ଥାକିଆ ଯାଞ୍ଚ ବ୍ୟବସ୍ଥା ହେବ।
  • ୨୪ ଘଣ୍ଟାରେ ଅଭିଯୋଗ ଗ୍ରହଣ କରିବେ ଅଭିଯୋଗ ଅଧିକାରୀ
  • ଅଭିଯୋଗର ୧୫ ଦିନ ଭିତରେ ସମାଧାନ।
  • ପ୍ରତିମାସରେ ଅଭିଯୋଗ ଓ ସମାଧାନର ବିବରଣୀ ଦେବେ ଅଧୀକାରୀ।
  • ବଡ଼ ସୋସିଆଲ ମିଡିଆର ଜଣେ କମ୍ପ୍ଲାଏନ୍ସ ଅଧିକାରୀ ଭାରତରେ ରହିବେ।
  • ଆଇନ ବ୍ୟବସ୍ଥା ସହ ଯୋଗସୂତ୍ର ପାଇଁ ଜଣେ ନୋଡାଲ ଅଫିସର ରହିବେ।
  • କୌଣସି ଆପତ୍ତିଜନକ ପୋଷ୍ଟ ଥିଲେ ୨୪ ଘଣ୍ଟାରେ ଅପସାରିତ ହେବ।
  • ୟୁଜରଙ୍କ ଭେରିଫିକେସନ ହେବ।
  • ଓଟିଟି ପ୍ଲାଟଫର୍ମ ପାଇଁ ତ୍ରିସ୍ତରୀୟ ବ୍ୟବସ୍ଥା ହେବ।
  • ଦର୍ଶକଙ୍କ ବୟସ ଅନୁସାରେ ବର୍ଗୀକରଣ କରାଯିବ।
  • ସୋସିଆଲି ମିଡିଆର ଅପବ୍ୟବହାରକୁ ବରଦାସ୍ତ କରାଯିବ ନାହିଁ।
  • ୩ ମାସରେ ନିୟମ ଲାଗୁ ହେବ।
  • ନିୟମ ଖିଲାପ କଲେ ଅତିକମ୍‌ରେ ୫ ବର୍ଷ ଜେଲ ଦଣ୍ଡ।
  • ଗୁଜବ ପ୍ରଚାର କରିବା ସୋସିଆଲ ମିଡିଆର ସ୍ୱାଧୀନତା ନୁହେଁ।
  • ଓଟିଟି, ଡିଜିଟାଲ ମିଡିଆ ନିଜ ସମ୍ପର୍କରେ ତଥ୍ୟ ଦେବେ।
  • ସବୁ ଓଟିଟି ଓ ଡିଜିଟାଲ ମିଡିଆ ନିୟାମକ ସଂସ୍ଥା ରଖିବେ।
  • ଜଣେ ଅବସରପ୍ରାପ୍ତ ବିଚାରପତି ବା ଜଣେ ଜଣାଶୁଣା ବ୍ୟକ୍ତି ଏହି ସଂସ୍ଥାରେ ରହିବେ।

ଭାରତରେ କେତେ ଲୋକ ବ୍ୟବହାର କରନ୍ତି କେଉଁ ସୋସିଆଲ ମିଡିଆ?

  • ଭାରତରେ ୫୩ କୋଟି ଲୋକ ହ୍ୱାଟସଆପ୍‌ ବ୍ୟବହାର କରନ୍ତି।
  • ୪୪.୮ କୋଟି ଲୋକ ୟୁଟ୍ୟବ୍‌ ବ୍ୟବହାର କରନ୍ତି।
  • ଫେସବୁକରେ ୪୧ କୋଟି, ଇନଷ୍ଟାଗ୍ରାମରେ ୨୧ କୋଟି ବ୍ୟବହାର କରନ୍ତି।
  • ଟୁଇଟର ବ୍ୟବହାର କରନ୍ତି ୧ କୋଟି ୪୫ ଲକ୍ଷ।

Comment