ଓଡ଼ିଶାଲାଇଭ୍ ବ୍ୟୁରୋ

ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ତୃଣ ମୂଳ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛିି। ୨୯୧ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏଥର ଟିଏମସି ମହିଳାଙ୍କୁ ଫୋକସ କରି, ୫୦ ପ୍ରତିଶତ ସିଟ୍‌ରେ ସେମାନଙ୍କୁ ସ୍ଥାନ ଦେଇଛି । ସେହିପରି ସଂଖ୍ୟାଲଘୁ ପ୍ରାର୍ଥୀଙ୍କୁ ମଧ୍ୟ ପ୍ରାଧାନ୍ୟ ଦେଇଛି ଟିଏମସି।

ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭବାନୀପୁରରୁ ନ ଲଢ଼ି, ନନ୍ଦିଗ୍ରାମ ଆସନରୁ ପ୍ରାର୍ଥୀ ହେବେ। ଭବାନୀପୁରରୁ ଲଢ଼ିବେ ଶୋଭନ ଚଟ୍ଟୋପାଧ୍ୟାୟ। ଏନେଇ ମମତା ବାନାର୍ଜୀ ନିଜେ ପ୍ରେସମିଟରେ ସୂଚନା ଦେଇଛନ୍ତି। ୨୯୧ଟି ସିଟ୍‌ରେ ଟିଏମସି ଲଢୁଥବାବେଳେ, ୩ ଟି ସିଟ୍‌ରେ ଲଢିବ ସହଯୋଗୀ ଦଳ। ୨୯୧ ପ୍ରାର୍ଥୀଙ୍କ ମଧ୍ୟରୁ ଏଥର ସଂଖ୍ୟାଲଘୁ ସମ୍ପ୍ରଦାୟର ୪୨ ଜଣଙ୍କ ନାମ ଘୋଷଣା କରିଛି ଟିଏମସି । ଏଥର ଟିଏମସିର ୨୮ ଜଣ ପୁରୁଣା ବିଧାୟକଙ୍କୁ ଟିକେଟ ଦେଇନି ଦଳ। ଅନ୍ୟପକ୍ଷରେ ହାୱଡ଼ାର ଶିବପୁରରୁ ଲଢ଼ିବେ କ୍ରିକେଟର ମନୋଜ ତିୱାରୀ।

୨୦୧୧ ମସିହାରେ ମମତା ବାନାର୍ଜୀ ବାମପନ୍ଥୀ ଦଳକୁ ହଟାଇ କ୍ଷମତାରେ ରହିଛନ୍ତି। ସେ ଏବେ ତୃତୀୟଥର ପାଇଁ ପଶ୍ଚିମବଙ୍ଗ କ୍ଷମତାକୁ ହାତକୁ ନେଇଛନ୍ତି।

ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାନେଇ ତାରିଖ ଘୋଷଣା କରାଯାଇଥିଲା। ସେଠାରେ ମୋଟ ୮ଟି ପର୍ଯ୍ୟାୟରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଆଜି ତୃଣ ମୂଳ କଂଗ୍ରେସ ତା’ର ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି। ଏପର୍ଯ୍ୟନ୍ତ ବିଜେପି, କଂଗ୍ରେସ ଓ ବାମପନ୍ଥୀ ମେଣ୍ଟ ତା’ର ପ୍ରାର୍ଥୀ ତାଲିକା ଘୋଷଣା କରିନାହିଁ।

Comment