ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ ରୁକ୍ଷୀ ପାହାଡ଼ରେ ନିଆଁ ଲାଗି ସହର ତାପମାତ୍ରା ବୃଦ୍ଧି ପାଉଛି। ଏଥିରେ ପ୍ରଭାବିତ ହେଉଛନ୍ତି ନୟାଗଡ଼ ସହରବାସୀ। ଗୁରୁବାର ନୟାଗଡ଼ ରୁକ୍ଷୀ ପାହାଡରେ କୌଣସି କାରଣରୁ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା। ନିଆଁ ଓ ନିର୍ଗତ ଧୂଆଁ ପ୍ରଭାବରେ ନୟାଗଡ଼ ସହର ତାପାମାତ୍ର ହଠାତ ବଢ଼ି ଯାଇଥିବା ଲୋକେ ଅନୁଭବ କରୁଛନ୍ତି।

ପାହାଡ଼ରେ ନିଆଁ ଲାଗିଥିବା ଖବର ପାଇ ବନ କର୍ମଚାରୀ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଉଚ୍ଚ ସ୍ଥାନରେ ନିଆଁ ଲାଗିଥିବାରୁ ଦୀର୍ଘ ସମୟପରେ ନିଆଁକୁ ଆୟତ କରାଯାଇଥିଲା। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ବାୟୁମଣ୍ଟଳ ଉତ୍ତପ୍ତ ରହୁଛି। ତାସାଙ୍ଗକୁ ପାହାଡ଼ ନିଆଁ ନୟାଗଡ଼ବାସୀଙ୍କ ପାଇଁ ଯନ୍ତ୍ରଣା ଦାୟକ ହୋଇପଡ଼ିଥିଲା।

ଏପର୍ଯ୍ୟନ୍ତ ନିଆଁ ଲାଗିବାର ସଠିକ କାରଣ ଜଣାପଡ଼ିନାହିଁ। କିନ୍ତୁ ଏହା ମନୁଷ୍ୟକୃତ ହୋଇଥିବା ସନ୍ଦେହ କରାଯାଉଛି। ଲୋକେ ଯଦି ସଚେତନ ନହେବେ, ତେବେ ଖରାଦିନେ ପାହାଡ଼ ନିଆଁ ପ୍ରକୋପରୁ ଜନଜୀବନ ଓ ପରିବେଶକୁ ରକ୍ଷା କରିବା କଷ୍ଟକର ହେବ ବୋଲି ଚର୍ଚ୍ଚା ହେଉଛି।

Comment