ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜଧାନୀରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ପ୍ରତିକ୍ରିୟା ରଖିଛନ୍ତି ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ।

ସେ କହିଛନ୍ତି, “ରାଜଧାନୀରେ ବଢ଼ୁଥିବା ସଂକ୍ରମଣ ପାଇଁ ଦାୟୀ ନୁହଁନ୍ତି ସ୍ଥାନୀୟ ବାସିନ୍ଦା। ଭୁବନେଶ୍ୱର ରାଜ୍ୟର ରାଜଧାନୀ ହୋଇଥବାରୁ, ଏଠାକୁ କୌଣସି ନା କୌଣସି କାର୍ଯ୍ୟରେ ବାହାରୁ ଲୋକ ଆସୁଛନ୍ତି। ତେଣୁ ସେମାନଙ୍କ ଉପରେ କଡ଼ା ନଜର ରଖିଛି ପ୍ରଶାସନ। ଏସଆରସିଙ୍କ ଗାଇଡଲାଇନକୁ ଅନୁଧ୍ୟାନ କରିବାପରେ ପରବର୍ତ୍ତି ନିଷ୍ପତ୍ତି ନିଆଯିବ। ଏବେକା ସ୍ଥିତିକୁ ଦେଖି ରାଜଧାନୀରେ କରୋନା କଟକଣାକୁ ଆହୁରି କଡ଼ାକଡ଼ି କରାଯିବ।”

ସେ ଆଉ ମଧ୍ୟ କହିଛନ୍ତି, ଲୋକମାନଙ୍କୁ ଅଧିକ ସଚେତନ କରାଯାଉଛି। ଗହଳି ସ୍ଥାନକୁ ନଯିବା ପାଇଁ ବାରଣ କରାଯାଇଛି। ଏପ୍ରିଲ ୧ ରୁ ରାଜ୍ୟରେ ୪୫ ବର୍ଷରୁ ଊର୍ଦ୍ଧ୍ୱ ନାଗରିକଙ୍କୁ କରୋନା ଟିକା ଦିଆଯିବ। କୋଭିଡ ପ୍ରଭାବିତ ରାଜ୍ୟରୁ ଆସିଲେ ସାଙ୍ଗରେ କୋଭିଡ ରିପୋର୍ଟ ନେଇ ଆସିବାକୁ ପରାମର୍ଶ ଦିଆଯାଇଛି।

ବର୍ତ୍ତମାନ ରାଜ୍ୟରେ ମୋଟ ୮୮୨ଟି କେନ୍ଦ୍ରରେ ଟିକାକରଣ କରାଯାଉଛି। ଆଗକୁ ଏହାର ସଂଖ୍ୟା ହଜାରେ କରାଯିବା ନେଇ ସୂଚନା ରହିଛି। ଏଥିସହ ଦୈନିକ ଦେଢ ଲକ୍ଷ ଟିକାକରଣ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ସରକାରୀ ଛୁଟି ଦିନ ବ୍ୟତୀତ ଆଉ ସବୁଦିନ ଟିକାକରଣ କରାଯାଉଛି। ଗତ ୨୪ ଘଣ୍ଟାରେ ରାଜ୍ୟରୁ ୨୩୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comment