ଓଡ଼ିଶାଲାଇଭ୍‌ ବ୍ୟୁରୋindian cricketer

ଦିନକୁ ଦିନ ଦେଶରେ ବଢ଼ିବାରେ ଲାଗିଛି ମହାମାରୀ କରୋନାର ପ୍ରକୋପ। ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ରାଜନେତା, ଅଭିନେତା, ସାମ୍ବାଦିକ ଏବଂ ଖେଳାଳି କେହି ଏହାର କବଳରୁ ବାଦ୍ ପଡ଼ିନାହାନ୍ତି। ଦିନକୁ ଦିନ କରୋନା ସଂକ୍ରମିତଙ୍କ ତାଲିକାରେ, ଛକା, ଚଉକାରେ ଫ୍ୟାନଙ୍କ ମନ କିଣୁଥିବା କ୍ରିକେଟରମାନଙ୍କର ନାଁ ବଢ଼ିବାରେ ଲାଗିଛି।

ନିକଟରେ ମାଷ୍ଟରବ୍ଲାଷ୍ଟର ସଚ଼ିନ ତେନ୍ଦୁଲକର କରୋନାରେ ଆକ୍ରାନ୍ତ ହୋଇଥିବା ଖବର ଆସିଥିଲା। ହୋମ୍ ଆଇସୋଲେସନରେ ରହିବା ପରେ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଟୁଇଟ୍ କରି ସୂଚନା ଦେଇଥିଲେ। ସେହିପରି ଛତିଶଗଡ଼ ରାୟପୁରର ରୋଡ୍‌ ସେଫ୍ଟି ଓ୍ୱାର୍ଲ୍ଡ ସିରିଜ୍ ଟୁର୍ଣ୍ଣାମେଣ୍ଟରେ ଖେଳିଥିବା ଅନେକ ଖେଳାଳି ଏବେ କରୋନା କବଳରେ।

ଏସ୍ ବଦ୍ରିନାଥ

ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର୍ ବଦ୍ରିନାଥ କିଛିଦିନ ତଳେ ସଚିନ ତେନ୍ଦୁଲକରଙ୍କ ସହିତ ରାଇପୁରର ରୋଡ ସେଫ୍ଟି ଵାର୍ଲ୍ଡ ସିରିଜ୍ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିଲେ। ସେ କୋଭିଡ ପଜିଟିଭ ରହିଛନ୍ତି ଏବଂ ବର୍ତ୍ତମାନ ସେ ହମ୍ ଆଇସୋଲେସନରେ ରହିଛନ୍ତି ବୋଲି ଟୁଇଟ କରି ଜଣାଇଛନ୍ତି।

ୟୁସୁଫ ପଠାନ

ପୁର୍ବତନ କ୍ରିକେଟ ଅଲରାଉଣ୍ଡର ହେଉଛନ୍ତି ୟୁସୁଫ ପାଠାନ, ସେ ମଧ୍ୟ ଶେଷଥର ପାଇଁ ରୋଡ ସେଫ୍ଟି ଵାର୍ଲ୍ଡ ସିରିଜ ରେ ଖେଳିଥିଲେ। ତାଙ୍କ କୋଭିଡ ରିପୋର୍ଟ ପଜିଟିଭ ବାହାରିଥିବା ସୂଚନା ମିଳିଛି। ସାମାନ୍ୟ ଲକ୍ଷଣ ରହିଥିବାରୁ ସେ ହୋମ୍ ଆଇସୋଲେସନରେ ଅଛନ୍ତି।

ଇରଫାନ୍ ପାଠାନ

 ଇରଫାନ୍ ପାଠନ୍ କ୍ରିକେଟ ଦୁନିଆର ଜଣେ ଅଲରାଉଣ୍ଡର। ସେ ରୋଡ ସେଫ୍ଟି ଓ୍ୱାର୍ଲ୍ଡ ସିରିଜ୍ ଟୁର୍ଣ୍ଣାମେଣ୍ଟ, ଟିମ୍ ଇଣ୍ଡିଆରେ ଶେଷଥର ପାଇଁ ଖେଲିଥିଲେ। ସେ କୋଭିଡ ପଜିଟିଭ ରହିବା ସହିତ ତାଙ୍କ ପାଖରେ କୌଣସି ଲକ୍ଷଣ ନଥିବା ଏବଂ ସେ ହୋମ୍ ଆଇସୋଲେସନରେ ଥିବା ସୂଚନା ମିଳିଛି।

ୠତୁରାଜ ଗାଇକ୍ଵାଡ

ବ୍ୟାଟ୍ସମ୍ୟାନ୍ ୠତୁରାଜ ଗାଇକ୍ଵାଡ କରୋନା ପଜିଟିଭ ହେବା ପରେ ୨୦୨୦ର ଆଇପିଏଲ୍‌ ମ୍ୟାଚ୍ ଖେଳିବାରେ ବଞ୍ଚିତ ହୋଇଥିଲେ। ଏବେ ସେ କରୋନାରୁ ମୁକୁଳି ସୁସ୍ଥ ଅଛନ୍ତି।

ଏହା ବ୍ୟତୀତ ଅନେକ ଖେଳାଳି ଆଇପିଏଲ୍‌ ଏବଂ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ମ୍ୟାଚ୍ ପୁର୍ବରୁ ହୋଇଥିବା କୋଭିଡ ପରୀକ୍ଷାରେ ପଜିଟିଭ ଚିନ୍ହଟ ହୋଇଥିଲେ। କିଛି ଖେଳାଳି କରୋନାରୁ ମୁକ୍ତ ହୋଇ ସୁସ୍ଥ ଥିବାବେଳେ ଅନ୍ୟ କିଛି ଜଣ ଆଇସୋଲେସନରେ ରହିଛନ୍ତି।

ଆଇପିଏଲ୍‌ ମ୍ୟାଚରୁ କ୍ରିକେଟରଙ୍କୁ କରୋନା

୨୦୨୦ ମାର୍ଚ୍ଚ ମାସରୁ ଭାରତରେ କରୋନା ସଂକ୍ରମଣ ବଢ଼ିଥିଲା। କରୋନା କାଳରେ କିନ୍ତୁ ୧୩ତମ ଆଇପିଏଲ୍‌ ମ୍ୟାଚ ଅନୁଷ୍ଠିତ ହୋଇଥିଲା।  ବିନା ଦର୍ଶକରେ ଦୁବାଇରେ ମ୍ୟାଚ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏଥିପାଇଁ ମଧ୍ୟ ପ୍ରସ୍ତୁତ ହୋଇଥିଲା ସ୍ଵତନ୍ତ୍ର ଗାଇଡଲାଇନ୍। ମ୍ୟାଚ ପୁର୍ବରୁ ଖେଳାଳିମାନଙ୍କର କୋଭିଡ ପରୀକ୍ଷା ସହିତ ବାରମ୍ବାର ଷ୍ଟାଡିୟମକୁ ସାନିଟାଇଜ କରାଯାଉଥିଲା। କିନ୍ତୁ ସେତେବେଳକୁ ଆରମ୍ଭ ହୋଇଯାଇଥିଲା ସଂକ୍ରମଣ, ଧିରେ ଧିରେ କରୋନାର କବଳରେ ପଡ଼ିଥିଲେ କ୍ରିକେଟର।

Comment