ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶରେ ଭୟଙ୍କର ହେବାରେ ଲାଗିଛି କରୋନାର ଦ୍ୱିତୀୟ ଲହରୀ। ଲକ୍ଷଣ ନଥାଇ ମଧ୍ୟ ସଂକ୍ରମିତ ହେଉଛନ୍ତି ହଜାର ହଜାର ସଂଖ୍ୟକ ବ୍ୟକ୍ତି। କେନ୍ଦ୍ର ସ୍ୱାସ୍ଥମନ୍ତ୍ରାଳୟର ସୂଚନା ଅନୁସାରେ ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ ୧ଲକ୍ଷ ୩ହଜାର ୫୫୮ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। କରୋନାରେ ୪୭୮ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୨୫ ଲକ୍ଷ ୮୯ ହଜାର ୬୭କୁ ବୃଦ୍ଧି ପାଇଥିବାବେଳେ, ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୫ ହଜାର ୧୦୧ରେ ପହଞ୍ଚିଛି। କେନ୍ଦ୍ରର ସୂଚନା ମୂତାବକ ବର୍ତ୍ତମାନ ଦେଶରେ ୭ଲକ୍ଷ ୪୧ହଜାର ୮୩୦ଟି ସକ୍ରିୟ ମାମଲା ରହିଥିବାବେଳେ, ୧କୋଟି ୧୬ଲକ୍ଷ ୮୨ହଜାର ୧୩୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଯାବତ୍ ୭,୯୧,୦୫,୧୬୩ ହିତାଧିକାରୀଙ୍କୁ ଟିକା ଦିଆଯାଇଛି।

Comment