ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୫୭୩ ଟି ନୂଆ ପଜିଟିଭ୍ କେସ୍ ଚିହ୍ନଟ ହୋଇଛି। ଏଥିମଧ୍ୟରୁ କ୍ଵାରେଣ୍ଟାଇନରୁ ୩୩୭ ଟି କେସ୍ ରହିଥିବା ବେଳେ ଲୋକାଲ୍ କେସ୍ ରହିଛି ୨୩୬। ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସର୍ବାଧିକ ୯୬ ଆକ୍ରାନ୍ତ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଥିବାବେଳେ, ଦ୍ୱିତୀୟ ସ୍ଥାନରେ ରହିଛି ସୁନ୍ଦରଗଡ଼ ଓ ତୃତୀୟ ସ୍ଥାନରେ ନୂଆପଡ଼ା। ସୁନ୍ଦରଗଡ଼ରୁ ୮୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ, ନୂଆପଡ଼ାରୁ ୬୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ମୋଟ କରୋନା ଟେଷ୍ଟ ସଂଖ୍ୟା ୯୧ଲକ୍ଷ ୫୯ହଜାର ୯୨୯ରେ ପହଞ୍ଚିଛି। ବର୍ତ୍ତମାନ ସୂଚନା ମୂତାବକ ରାଜ୍ୟରେ ୩୩୫୮ଟି କରୋନାର ସକ୍ରିୟ କେସ୍ ରହିଛି।

Comment