ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ କରୋନା ଟିକାକରଣର ସମୟ ସୀମାକୁ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। ଏଣିକି ସକାଳ ୮ଟାରୁ ମଧ୍ୟାହ୍ନ ୧୨ଟା ଏବଂ ଅପରାହ୍‌ଣ ୩ଟାରୁ ସନ୍ଧ୍ୟା ୬ଟା ଯାଏଁ ଟିକାକରଣ କାର୍ଯ୍ୟ ଚାଲିବ। ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବାରୁ ଟିକାକରଣର ସମୟକୁ ପରିବର୍ତ୍ତନ କରାଯାଇଛି। ଏନେଇ ସୋମବାର ସ୍ଵାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି।

ଏଥିସହିତ ଟିକାକରଣ କେନ୍ଦ୍ରରେ ପ୍ରତୀକ୍ଷା କକ୍ଷ, ଟିକାକରଣ କକ୍ଷ, ନୀରିକ୍ଷଣ କକ୍ଷ, ପାନୀୟ ଜଳ, ସାନିଟାଇଜର ଆଦିର ବ୍ୟବସ୍ଥା ସଠିକ୍‌ ରୂପେ କରିବାକୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ମହାନଗର ନିଗମଗୁଡ଼ିକର କମିସନରମାନଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଚିଠି ଲେଖିଛନ୍ତି।

ପୂର୍ବରୁ ରାଜ୍ୟରେ ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏଁ କରୋନା ଟିକାକରଣ ହେଉଥିଲା। କିନ୍ତୁ ମଧ୍ୟାହ୍ନ ସମୟରେ ଟିକା ନେବାକୁ ଆସିବାରେ ଲୋକମାନଙ୍କୁ ଅସୁବିଧା ହେବାରୁ ଏହି ସମୟକୁ ପରିବର୍ତ୍ତନ କରାଯାଇଥିବା ଜଣା ପଡ଼ିଛି।

Comment