ଓଡ଼ିଶାଲାଇଭ୍‌ ବ୍ୟୁରୋcovishield vaccine

ଆଜି ଓଡ଼ିଶାରେ ପହଞ୍ଚିବ ଆଉ ୩ ଲକ୍ଷ, ୪୯ ହଜାର ଡୋଜ୍‌ କୋଭିସିଲ୍ଡ ଟିକା। ଅପରାହ୍‌ଣ ସୁଦ୍ଧା ଏହି ଟିକା ରାଜ୍ୟରେ ପହଞ୍ଚିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ରାଜ୍ୟରେ ଏବେ ୩ ଲକ୍ଷ ୪୭ ହଜାର ଡୋଜ୍‌ କୋଭିସିଲ୍ଡ ଟିକା ମହଜୁଦ ଅଛି। ଏହି ଟିକା ଆଗାମୀ ୩ ଦିନ ଯାଏ ଯିବ ବୋଲି ସେ କହିଛନ୍ତି। ଅନ୍ୟପଟେ କୋଭାକ୍ସିନ ଟିକା ପାଇଁ ଚିନ୍ତା ନାହିଁ କାରଣ ଯେଉଁମାନେ ବୟସ ସୀମା ମଧ୍ୟରେ ଆସୁଛନ୍ତି ଓ ଭୁବନେଶ୍ୱରରେ ରହୁଛନ୍ତି ସେମାନଙ୍କୁ ହିଁ ଏହି ଟିକା ଦିଆଯାଉଛି।

ଏପ୍ରିଲ ପହିଲାରୁ ୪୫ ବର୍ଷରୁ ଅଧିକ ଲୋକଙ୍କୁ ମଧ୍ୟ ଟିକା ଦିଆଯିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଥିଲେ। ଏଣୁ ଯଥେଷ୍ଟ ପରିମାଣରେ ଟିକା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ଅନୁରୋଧ କରିଥିଲେ। ମାର୍ଚ୍ଚ ୨୪ ତାରିଖ ପରଠାରୁ ଓଡ଼ିଶା  ଆଉ ଟିକା ପାଇନାହିଁ।

ଇତି ମଧ୍ୟରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଟିକା ନେବା ପାଇଁ ସ୍ୱାସ୍ଥ୍ୟ କର୍ମୀ ଓ କରୋନା ଯୋଦ୍ଧାଙ୍କ ନାମ ଆଉ ପଞ୍ଜିକରଣ ନକରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

Comment