ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶରେ ଭୟଙ୍କର ପରିସ୍ଥିତି ଦେଖା ଦେଲାଣି। କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୧ଲକ୍ଷ ୧୫ହଜାର ୭୩୬ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୬୩୦ଜଣଙ୍କର ମୃତ୍ୟୁ ହୋଇଛି।

ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୨୮ଲକ୍ଷ ୧ହଜାର ୭୮୫ରେ ପହଞ୍ଚିଛି। ମୃତ୍ୟୁସଂଖ୍ୟା ୧ଲକ୍ଷ ୬୬ହଜାର ୧୭୭ରେ ପହଞ୍ଚିଛି। ୧ଲକ୍ଷ ୬୬ହଜାର ୧୭୭ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏଯାବତ୍ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୪୩ହଜାର ୪୭୩। କେନ୍ଦ୍ରର ତଥ୍ୟ ଅନୁସାରେ, ସମୁଦାୟ ୮କୋଟି ୭୦ଲକ୍ଷ ୭୭ହଜାର ୪୭୪ ହିତାଧିକାରୀଙ୍କୁ ଟିକା ଦିଆଯାଇଛି।

Comment