ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟାଟା ପାୱାର କମ୍ପାନି ଅଧୀନକୁ ବିଦ୍ୟୁତ ବିତରଣ ବ୍ୟବସ୍ଥା ଆସିଯିବା ପରେ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ପାଇଛି। ବିଦ୍ୟୁତ୍ ଦର ବୃଦ୍ଧିକୁ ଉପଭୋକ୍ତା ସହଜରେ ଗ୍ରହଣ କରିପାରୁ ନାହାଁନ୍ତି। କମ୍ପାନି ଦର ବୃଦ୍ଧି ନିଷ୍ପତ୍ତି ପ୍ରତ୍ୟାହାର କରିବା ପାଇଁ ନୟାଗଡ଼ ବିଦ୍ୟୁତ ଉପଭୋକ୍ତା କମିଟି ସ୍ୱର ଉଠାଇଛି।

ଗୁରୁବାର ଦିନ ନୟାଗଡ଼ ବିଦ୍ୟୁତ ଡିଭିଜନ ଅଫିସ ସାମ୍ନାରେ ନୟାଗଡ଼ ବିଦ୍ୟୁତ୍ ଉପଭୋକ୍ତା କମିଟି ଧାରଣା ଦେଇଛି। ବିଦ୍ୟୁତ ଶୁଳ୍କ ବଢ଼ିଲେ ଅନେକ ସଂଖ୍ୟାରେ ଉପଭୋକ୍ତା ଆର୍ଥିକ ଚାପ ସମ୍ମୁଖୀନ ହେବେ।

କମ୍ପାନି ଲାଭ ପାଇଁ ଗରିବ ଓ ମଧ୍ୟ ବର୍ଗ ବିଦ୍ୟୁତ ଉପଭୋକ୍ତାଙ୍କ ପକେଟ କାଟିବା ଠିକ୍ ହେବ ନାହିଁ ବୋଲି ଧାରଣା  ସ୍ଥଳରେ ଉପଭୋକ୍ତା କମିଟି ଦର୍ଶାଇଛି।

ମୁଖ୍ୟମନ୍ତ୍ରୀ ଏ ବାବଦରେ ହସ୍ତକ୍ଷେପ କରି ଟାଟା ବିଦ୍ୟୁତ୍ କମ୍ପାନିର ଦରବୃଦ୍ଧି ନିଷ୍ପତ୍ତି ପ୍ରାତ୍ୟାହାର କରନ୍ତୁ। ନଚେତ ନୟାଗଡ଼ରେ ଆଇନ ଅମାନ୍ୟ ଆନ୍ଦୋଳନ ଚେତାବନୀ ଦେଇଛି ବିଦ୍ୟୁତ୍ ଉପଭୋକ୍ତା କମିଟି।

ସିପିଆଇଏମ୍ ନେତା ବିଶ୍ୱନାଥ ମହାପାତ୍ର, ଏସ୍‌ ଏ କରିମ୍‌, ସୁବାସ ବେହେରା, ରାଜକିଶୋର ପ୍ରଧାନ, ବିଭୂତି ପଟ୍ଟନାୟକ ଆଦି ଦର ବୃଦ୍ଧି ବନ୍ଦ କରିବା ଦାବିରେ ଧାରଣା ଓ ପ୍ରତିବାଦ ପ୍ରଦର୍ଶନ କରିଥିଲେ।

Comment