ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶରେ କରୋନା ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଦୈନିକ ୧ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ସୂଚନା ଅନୁସାରେ ଗତ ୨୪ଘଣ୍ଟା ମଧ୍ୟରେ ୧ଲକ୍ଷ ୪୫ ହଜାର ୩୮୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ, ୭୯୪ଜଣଙ୍କର ମୃତ୍ୟୁ ହୋଇଛି। ନୂତନ ସଂକ୍ରମିତଙ୍କୁ ମିଶାଇ ସମୁଦାୟ ପଜିଟିଭ୍ ସଂଖ୍ୟା ୧କୋଟି ୩୨ଲକ୍ଷ ୫ହଜାର ୯୨୬ରେ ପହଞ୍ଚିଛି।

ଦେଶରେ ଗତ ୨୪ଘଣ୍ଟାରେ ନୂଆ ମୃତକଙ୍କୁ ମିଶାଇ ସମୁଦାୟ ମୃତକଙ୍କ ସଂଖ୍ୟା ୧ଲକ୍ଷ ୬୮ହଜାର ୪୩୬କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସକ୍ରିୟ ସଂଖ୍ୟା ୧୦ଲକ୍ଷ ୪୬ହଜାର ୬୩୧ ରହିଛି। ସେପଟେ ୧କୋଟି ୧୯ଲକ୍ଷ ୯୦ହଜାର ୮୫୯ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କେନ୍ଦ୍ରର ସୂଚନା ଅନୁସାରେ ଏଯାବତ୍ ୯କୋଟି ୮୦ଲକ୍ଷ ୭୫ହଜାର ୧୬୦ଜଣ ଟିକା ନେଇଛନ୍ତି।

Comment