ଓଡ଼ିଶାଲାଇଭ୍ ବ୍ୟୁରୋCoronavirus blood test

ଦେଶରେ କରୋନାର ନୂଆ ଷ୍ଟ୍ରେନ ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରତିଦିନ ୧ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ସୂଚନା ମୂତାବକ, ଗତ ୨୪ ଘଣ୍ଟାରେ ୧ଲକ୍ଷ ୬୮ହଜାର ୯୧୨ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ, ୯୦୪ଜଣଙ୍କ ମୃତ୍ୟୁ ହୋଇଛି। ନୂଆ ସଂକ୍ରମିତଙ୍କୁ ମିଶାଇ ସମୁଦାୟ ୧କୋଟି ୩୫ଲକ୍ଷ ୨୭ହଜାର ୭୧୭ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସେପଟେ ନୂଆ ମୃତକଙ୍କୁ ମିଶାଇ ସମୁଦାୟ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୭୦ହଜାର ୧୭୯ରେ ପହଞ୍ଚିଛି। ଦିନକରେ କରୋନା ସଂକ୍ରମଣରୁ ସୁସ୍ଥ ହୋଇଥିବା ୭୫ ହଜାର ୦୮୬ ଜଣ ସଂକ୍ରମିତଙ୍କୁ ମିଶାଇ ବର୍ତ୍ତମାନ ଦେଶରେ ୧କୋଟି ୨୧ଲକ୍ଷ ୫୬ହଜାର ୫୨୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏଯାବତ୍ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୦୧ହଜାର ୦୦୯ ରହିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ବର୍ତ୍ତମାନ ସମୁଦାୟ ୧୦କୋଟି ୪୫ଲକ୍ଷ ୨୮ହଜାର ୫୬୫ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟରେ ନାଇଟ କର୍ଫ୍ୟୁ, ଲକ୍‌ଡାଉନ୍ ଘୋଷଣା କରାଯାଇଛି।

Comment