ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗ୍ୟାଙ୍ଗଷ୍ଟର ହାଇଦରକୁ କରୋନା। ଆରଟିପିସିଆର୍‌ ଟେଷ୍ଟ ପରେ ହାଇଦର କରୋନା ରିପୋର୍ଟ ପଜିଟିଭ୍‌ ଆସିଛି। ଶନିବାର କଟକ ଡିସିପି ପ୍ରତୀକ ସିଂହ ଏହି ସୂଚନା ଦେଇଛନ୍ତି। ହାଇଦରକୁ ଏବେ ଚୌଦ୍ୱାର ଜେଲରେ ଆଇସୋଲେସନ ଓ୍ୱାର୍ଡରେ ରଖାଯାଇଥିବା ଡିସିପି କହିଛନ୍ତି।

ହାଇଦରକୁ ତେଲାଙ୍ଗାନାରୁ ଧରିଥିବା ବାଦାମବାଡ଼ି ଥାଆ ଆଇଆଇସି ରଶ୍ମୀ ମହାପାତ୍ର ଓ ଅନ୍ୟ ପୋଲିସ କର୍ମଚାରୀ ମଧ୍ୟ ଏବେ ଆଇସୋଲେସନରେ ଅଛନ୍ତି। ଅନ୍ୟପଟେ କରୋନା ପଜିଟିଭ ଜଣାପଡ଼ିବା ପରେ ହାଇଦରର ରିମାଣ୍ଡ ସ୍ଥଗିତ ରହିଛି। ତେଲାଙ୍ଗାନାରୁ ଗିରଫ ହେବାପରେ ମଙ୍ଗଳାବାଗ ପୋଲିସ ଆଜିଠାରୁ ହାଇଦରକୁ ୭ ଦିନିଆ ରିମାଣ୍ଡରେ ନେଇଥାନ୍ତା।

ଏପ୍ରିଲ ୧୦ ତାରିଖ ୪ଟାରୁ ୪ଟା ୩୦ ବେଳେ ପୋଲିସ ଆଖିରେ ଧୂଳି ଦେଇ ଏସ୍‌ସିବିରୁ ଚମ୍ପଟ ମାରିବାରେ ହାଇଦର ସଫଳ ହୋଇଥିଲା। ଏହାପରେ ପୋଲିସ ଛାନଭିନ କରି ଏପ୍ରିଲ ୧୫ରେ ତେଲାଙ୍ଗାନାରୁ ହାଇଦରକୁ ଗିରଫ କରିଥିଲା।

Comment