ଓଡ଼ିଶାଲାଇଭ୍ ବ୍ୟୁରୋ

ଦିନକୁ ଦିନ ଦେଶରେ ଅସମ୍ଭାଳ ହେଲାଣି କରୋନା ପରିସ୍ଥିତି। ପ୍ରତିଦିନ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ, ଦିନକରେ ରେକର୍ଡ ସଂଖ୍ୟକ ୨ଲକ୍ଷ ୭୩ହଜାର ୮୧୦ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏବେ ସଂକ୍ରମିତଙ୍କ ସଂଖ୍ୟା ସହ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଗୋଟିଏ ଦିନରେ କରୋନାରେ ୧୬୧୯ ଜଣଙ୍କ ମୃତ୍ୟୁ ହୋଇଛି।

ନୂଆ ସଂକ୍ରମିତଙ୍କୁ ମିଶାଇ କରୋନା ପଜିଟିଭ୍ ସଂଖ୍ୟା ୧କୋଟି ୫୦ଲକ୍ଷ ୬୧ହଜାର ୯୧୯କୁ ବୃଦ୍ଧି ପାଇଛି। ନୂଆ ମୃତକଙ୍କୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧ଲକ୍ଷ ୭୮ହଜାର ୭୬୯କୁ ବୃଦ୍ଧି ପାଇଛି। ଏଯାଏଁ ୧କୋଟି ୨୯ଲକ୍ଷ ୫୩ହଜାର ୮୨୧ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆକ୍ଟିଭ କେସ୍ ସଂଖ୍ୟା ୧୯ଲକ୍ଷ ୨୯ହଜାର ୩୨୯ ରହିଛି। କେନ୍ଦ୍ରର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୧ ଲକ୍ଷ ୪୪ ହଜାର ୧୭୮ ଜଣ ସୁସ୍ଥ ହୋଇଛନ୍ତି।

ଅନ୍ୟପକ୍ଷରେ ମହାରାଷ୍ଟ୍ର ଓ ଦିଲ୍ଲୀରେ ସଂକ୍ରମଣ ସଂଖ୍ୟା ଅନ୍ୟ ରାଜ୍ୟ ତୁଳନାରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ହସ୍ପିଟାଲାରେ ଗୋଟିଏ ବେଡ୍‌ରେ ଦୁଇ ଜଣ ରୋଗୀ ଚିକିତ୍ସା ହେବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। କରୋନା ଚେନ୍‌କୁ ଭାଙ୍ଗିବା ପାଇଁ ନାିଟ କର୍ଫ୍ୟୁ, ଲକ୍‌ଡାଉନ୍ ଆଦି ଲାଗୁ କରାଯାଇଛି। ଟିକାକରଣ ପ୍ରକ୍ରିୟା ଜାରି ରହିଛି । ତଥ୍ୟ ଅନୁସାରେ ୧୨କୋଟି ୩୮ଲକ୍ଷ ୫୨ହଜାର ୫୬୬ ଜଣ ଟିକା ନେଇଛନ୍ତି।

Comment