ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶରେ କାୟା ବିସ୍ତାର କରିଚାଲିଛି କରୋନା। ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଖୁବ୍ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଦେଶରେ ଲଗାତାର ୨ଲକ୍ଷରୁ ଊର୍ଦ୍ଧ୍ୱ ପଜିଟିଭ୍ ଚିହ୍ନଟ ହେଉଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ରିପୋର୍ଟ ଅନୁସାରେ ଗତ ୨୪ଘଣ୍ଟା ମଧ୍ୟରେ ୨ଲକ୍ଷ ୫୯ ହଜାର ୧୭୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ୧୭୬୧ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି।

ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ କରୋନା ପଜିଟିଭ୍ ସଂଖ୍ୟା ୧କୋଟି ୫୩ଲକ୍ଷ ୨୧ହଜାର ୦୮୯ରେ ପହଞ୍ଚିଛି। ସେହିପରି ନୂଆ ମୃତକଙ୍କୁ ମିଶାଇ କରୋନା ମୃତ୍ୟୁ ସଂଖ୍ୟା ୧ଲକ୍ଷ ୮୦ ହଜାର ୫୩୦ରେ ପହଞ୍ଚିଛି। କେନ୍ଦ୍ରର ତଥ୍ୟ ଅନୁସାରେ ୨୪ଘଣ୍ଟା ମଧ୍ୟରେ ୧ଲକ୍ଷ ୫୪ହଜାର ୭୬୧ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ସମୁଦାୟ ୧କୋଟି ୩୧ଲକ୍ଷ ୦୮ହଜାର ୫୮୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏଯାବତ୍ ଦେଶରେ ୨୦ଲକ୍ଷ ୩୧ହଜାର ୯୭୭ଟି ଆକ୍ଟିଭ କେସ୍ ରହିଛି। ୧୨କୋଟି ୭୧ଲକ୍ଷ ୨୯ହଜାର ୧୧୩ଜଣ ହିତାଧିକାରୀଙ୍କୁ ଟିକା ଦିଆସରିଛି। ଆରଟିପିସିଆର ଟେଷ୍ଟ ଉପରେ ବେଶି ଗୁରୁତ୍ୱ ଦିଆଯାଉଛି।

Comment