ଓଡ଼ିଶାଲାଇଭ୍‌ ବ୍ୟୁରୋ

ପବିତ୍ର ଶ୍ରୀରମ ନବମୀ ତିଥିରେ ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଜନ୍ମ ଉତ୍ସବ ପାଳନ କରିଛନ୍ତି ଭକ୍ତ। କୋଭିଡ କଟକଣାରେ ନୟାଗଡ଼ର ପୁରପଲ୍ଲୀରେ ପାଳିତ ହୋଇଛି ଶ୍ରୀରାମ ନବମୀ ଉତ୍ସବ। କଟକଣା ମଧ୍ୟରେ ଭକ୍ତଜନ ସେମାନଙ୍କ ଆରାଧ୍ୟ ଠାକୁର ଭଗବାନ ଶ୍ରୀରାମଙ୍କୁ ପୂଜାର୍ଚ୍ଚନା କରିଛନ୍ତି।

ନୟାଗଡ଼ ଜିଲ୍ଲାର ସମସ୍ତ ରାମ ମନ୍ଦିର, ହନୁମାନ ପୀଠ, ଗୋପୀନାଥ ମନ୍ଦିର ଓ ଶ୍ରୀ ଜଗନ୍ନାଥଜୀଉଙ୍କ ମନ୍ଦିରରେ ଶ୍ରୀରାମ ନବମୀ ତିଥିରେ ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ ହୋଇଥିଲା। ପ୍ରସିଦ୍ଧ ରାମପୀଠ ଓଡ଼ଗାଁର ଶ୍ରୀରଘୁନାଥଜୀଉଙ୍କ ମନ୍ଦିରେ ଶ୍ରୀରାମ ନବମୀରେ ବିଶେଷ ପୂଜା ଆରାଧନା ମଧ୍ୟରେ ଶ୍ରୀରାମ ଜନ୍ମ ନୀତି ସହ ନବଦିନ ବ୍ୟାପୀ ଦେବ ଉତ୍ସବ ମଧ୍ୟ ଆରମ୍ଭ ହୋଇଛି।

ରାମନବମୀ ତିଥିରେ ଶ୍ରୀରଘୁନାଥଙ୍କ ଆଜି ଜନ୍ମନାରାୟଣ ବେଶ ଅନୁଷ୍ଠିତ ହୋଇଥିଲା ବେଳେ ପ୍ରତ୍ୟେହ ଭିନ୍ନ ଭିନ୍ନ ବେଶରେ ଶ୍ରୀଜୀଉ ସଜ୍ଜିତ ହୋଇ  ୯ ଦିନ ବ୍ୟାପୀ ରାମଲୀଳା ଉତ୍ସବ ସଂପାଦନ ହେବ। ରଘୁନାଥଙ୍କର ଏହି ଉତ୍ସବରେ ଶ୍ରଦ୍ଧାଳୁ ଦର୍ଶନ ମନା ରହିଛି।  କେବଳ ସେବାୟତମାନେ ମନ୍ଦିରରେ ଶ୍ରୀରାମ ନବମୀର ସମସ୍ତ ଦେବନୀତି ସଂପାଦନ କରିବାକୁ ପ୍ରାଶସନ ପରାମର୍ଶ ଦେଇଛି।

ଶ୍ରଦ୍ଧାଳୁମାନେ କୋଭିଡ ନିୟମ ଅନୁପାଳନ କରି ମନ୍ଦିରରେ ଦେବଦର୍ଶନ କରି ନଥିଲେ। ଆରାଧ୍ୟ ଠାକୁର ଶ୍ରୀରଘୁନାଥଙ୍କୁ ଶ୍ରଦ୍ଧାଳୁ ନିଜ ନିଜ ଘରେ ପୂଜା ଆରାଧନା କରି ଆନନ୍ଦର ସହ ଶ୍ରୀରାମ ନବମୀ ବ୍ରତ ପାଳିଥିବା ଦେଖାଯାଇଛି।

Comment