ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶରେ କରୋନା କାୟା ବିସ୍ତାର କରିଚାଲିଛି। ଏବେ ଦୈନିକ ୩ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ ହେଉଛନ୍ତି। କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁସାରେ, ଗତ ୨୪ ଘଣ୍ଟାରେ ୩ଲକ୍ଷ ୩୨ହଜାର ୭୩୦ ନୂଆ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ, ୨ହଜାର ୨୬୩ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି । ୧ଲକ୍ଷ ୯୩ହଜାର ୨୭୯ଜଣ କରୋନା ଆକ୍ରାନ୍ତ ଗତ ୨୪ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ନୂଆ ପଜିଟିଭ୍‌କୁ ମିଶାଇ ଦେଶରେ ସମୁଦାୟ ପଜିଟିଭ୍ ସଂଖ୍ୟା ୧କୋଟି ୬୨ଲକ୍ଷ ୬୩ହଜାର ୬୯୫ରେ ପହଞ୍ଚିଛି। ସେପଟେ ନୂଆ ମୃତକଙ୍କୁ ମିଶାଇ ସମୁଦାୟ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୮୬ହଜାର ୯୨୦ରେ ପହଞ୍ଚଛି। ଏପର୍ଯ୍ୟନ୍ତ ୧କୋଟି ୩୬ଲକ୍ଷ ୪୮ହଜାର ୧୫୯ଜଣ କରୋନା ମହାମାରୀ କବଳରୁ ସୁସ୍ଥ ହୋଇଛନ୍ତି। ୨୪ଲକ୍ଷ ୨୮ହଜାର ୬୧୬ଟି ଆକ୍ଟିଭ କେସ୍ ରହିଛି।

ସମଗ୍ର ଦେଶରେ ୧୩କୋଟି ୫୪ହଜାର ୭୮ ଲକ୍ଷ ୪୨୦ ହିତାଧିକାରୀଙ୍କୁ ଟିକାକରଣ କରାଯାଇଛି। ମେ’ ପହିଲାରୁ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ ଟିକାକରଣ।

Comment