ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ କୋଭିଡ୍ର ଦ୍ୱିତୀୟ ଲହର ସଂକ୍ରମଣ କମିବାରେ ନାଁ ଧରୁନାହିଁ। ପ୍ରତିଦିନ ପୁଳା ପୁଳା କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସେପଟେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ଆଜି ରାଜ୍ୟରୁ ୮ ହଜାର ୦୧୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରର ୪୫୬୮ ଜଣ ହୋଇଥିବାବେଳେ, ୩୪୪୭ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି।
Covid-19 Report For 1st May
New Positive Cases: 8015
In quarantine: 4568
Local contacts: 3447(Details of local contacts will be shared by concerned Dist Administration)
District Wise Cases:
1. Angul: 525
2. Balasore: 100
3. Bargarh: 390
4. Bhadrak: 145
5. Balangir: 198— I & PR Department, Odisha (@IPR_Odisha) May 2, 2021
ଆଜିର ତଥ୍ୟ ଅନୁସାରେ ସର୍ବାଧିକ ୧୨୭୫ ନୂଆ ପଜିଟିଭ୍ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୪୮୨, ସୁନ୍ଦରଗଡ଼ରୁ ୭୩୫, ଝାରସୁଗୁଡ଼ାରୁ ୩୮୬, ନବରଙ୍ଗପୁରରୁ ୩୨୦, ବଲାଙ୍ଗୀରରୁ ୧୯୮, ବରଗଡ଼ରୁ ୩୯୦, ଅନୁଗୁଳରୁ ୫୨୫ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହିଭଳି ଭାବରେ ସବୁ ଜିଲ୍ଲାରେ ପଜିଟିଭ୍ ସଂଖ୍ୟା କ୍ରମାଗତ ବଢ଼ିବାରେ ଲାଗିଛି।
ରାଜ୍ୟରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କୁ ମିଶାଇ ସମୁଦାୟ ପଜିଟିଭ୍ ସଂଖ୍ୟା ୪ଲକ୍ଷ ୬୨ହଜାର ୬୨୨ରେ ପହଞ୍ଚିଛି। ଗତ ୨୪ଘଣ୍ଟାରେ ସୁସ୍ଥ ହୋଇଥିବା ୫୬୩୪ ଜଣଙ୍କୁ ମିଶାଇ ସମୁଦାୟ ୩ଲକ୍ଷ ୯୧ହଜାର ୦୪୮ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଯାବତ୍ ୬୯ହଜାର ୪୫୩ ଟି ଆକ୍ଟିଭ କେସ୍ ରହିଛି।
Regret to inform the demise of fourteen numbers of Covid positive patients while under treatment in hospitals.
1.A 58 years old male of Bhubaneswar who was also suffering from Hypertension.
2.A 46 years old male of Boudh district who was also suffering from Colon Cancer.
— H & FW Dept Odisha (@HFWOdisha) May 2, 2021
ଅନ୍ୟପଟେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ମୂତାବକ ଆଜି ରାଜ୍ୟରେ ୧୪ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ଭୁବନେଶ୍ୱରରୁ ଜଣେ, ବୌଦ୍ଧରୁ ଜଣେ, ବଲାଙ୍ଗୀରରୁ ଜଣେ, ଭଦ୍ରକରୁ ଜଣେ, ଦେବଗଡ଼ରୁ ଜଣେ, ଗଞ୍ଜାମରୁ ଜଣେ, ଜଗତସିଂହପୁରରୁ ଜଣେ, କେଉଁଝରରୁ ଦୁଇଜଣ, ରାୟଗଡ଼ାରୁ ୪ଜଣ, ସୁନ୍ଦରଗଡ଼ରୁ ଜଣେ ରହିଛନ୍ତି। ଏମାନେ ସମସ୍ତେ କରୋନାରେ ଆକ୍ରାନ୍ତ ହୋଇ ଭିନ୍ନ ଭିନ୍ନ ହସ୍ପିଟାଲରେ ଚିକିତ୍ସା ହେଉଥିଲେ। ଏହି ମୃତକମାନଙ୍କୁ ମିଶାଇ ରାଜ୍ୟରେ ସମୁଦାୟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୦୫୪ ରେ ପହଞ୍ଚିଛି।