ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶର କରୋନା ସଂକ୍ରମଣ ଭୟଙ୍କର ହେବାରେ ଲାଗିଛି। ପ୍ରତିଦିନ ରେକର୍ଡ ସଂଖ୍ୟକ ପଜିଟିଭ୍ ଚିହ୍ନଟ ହେବାସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତାଜା ରିପୋର୍ଟ ଅନୁସାରେ ଦେଶରେ, ଗତ ୨୪ ଘଣ୍ଟା ମଧ୍ୟରେ ୩ ଲକ୍ଷ ୨୯ ହଜାର ୯୪୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ, ୩୮୭୬ ଜଣଙ୍କର ମୃତ୍ୟୁ ହୋଇଛି।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୨୯ଲକ୍ଷ ୯୨ହଜାର ୫୧୭ରେ ପହଞ୍ଚିଛି। ସେହିପରି ନୂଆ ମୃତକଙ୍କୁ ମିଶାଇ ଦେଶରେ ସମୁଦାୟ ମୃତ୍ୟୁ ସଂଖ୍ୟା ୨ଲକ୍ଷ ୪୯ହଜାର ୯୯୨ରେ ପହଞ୍ଚିଛି। ଏବେ ଦେଶରେ ୩୭ଲକ୍ଷ ୧୫ହଜାର ୨୨୧ ଆକ୍ଟିଭ କେସ୍ ରହିଛି। ସେହିପରି ୨୪ ଘଣ୍ଟାରେ ୩ଲକ୍ଷ ୫୬ହଜାର ୦୮୨ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ନୂଆ ସୁସ୍ଥ ସଂଖ୍ୟାକୁ ମିଶାଇ ସମୁଦାୟ ୧କୋଟି ୯୦ଲକ୍ଷ ୨୭ହଜାର ୩୦୪ ଜଣ ସୁସ୍ଥ ହୋଇଛନ୍ତି।

କେନ୍ଦ୍ରର ତଥ୍ୟ ଅନୁସାରେ ଦେଶରେ ସମୁଦାୟ ୧୭କୋଟି ୨୭ଲକ୍ଷ ୧୦ହଜାର ୦୬୬ ଜଣ ହିତାଧିକାରୀଙ୍କୁ ଟିକା ଦିଆସରିଛି। କରୋନା ନିୟନ୍ତ୍ରଣ ପାଇଁ ଅନେକ ରାଜ୍ୟରେ ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ବଳବତ୍ତର ରହିଛି। ଏଯାବତ୍ ଟିକାକରଣ ପ୍ରକ୍ରିୟା ଜାରି ରହିଛି।

Comment