ଓଡ଼ିଶାଲାଇଭ୍ ବ୍ୟୁରୋ

କୋଭିଡ୍‌ରୁ ସୁସ୍ଥ ହୋଇଥିବା ବ୍ୟକ୍ତି ଘରକୁ ଫେରିବା ପରେ କ’ଣ ଖାଇବେ, ଏନେଇ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏକ ଡାଏଟ୍ ପ୍ଲାନ୍ ଜାରି ହୋଇଛି। ଏହି ରୋଟିନ ଅନୁସାରେ ଖାଦ୍ୟ ଗ୍ରହଣ କଲେ କରୋନାରୁ ଆରୋଗ୍ୟ ବ୍ୟକ୍ତିଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ିବ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

୧-  ରାତିରୁ ଭିଜା ଯାଇଥିବା ଆଲମଣ୍ଡ ଏବଂ କିସମିସ୍ ଖାଇ ଦିନ ଆରମ୍ଭ କରନ୍ତୁ। ଆଲମଣ୍ଡରେ ପ୍ରୋଟିନ ଓ ଆଇରନର ମାତ୍ରା ଭରପୂର ରହିଥାଏ। ଏହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବ।

୨-  ସକାଳ ଜଳଖିଆରେ ରାଗି ଦୋସା କିମ୍ବା ଏକ ଡାଲିଆ ଉପମା ଆପଣଙ୍କ ସ୍ୱାସ୍ଥ୍ୟ ନିମନ୍ତେ ବେଶ୍‌ ଭଲ।

୩-  ମଧ୍ୟାହ୍ନ ଭୋଜନ ସମୟରେ ଆପଣ ରୁଟି, ଗୁଡ଼ ଏବଂ ଘିଅ ଆଦି ଖାଇପାରିବେ।

୪- ରାତ୍ରି ଭୋଜନରେ ଆପଣ ଖେଚେଡ଼ି ଖାଇପାରିବେ। ରାତିରେ ହାଲୁକା ଖାଦ୍ୟ ଖାଇବା ଦ୍ୱାରା ଆପଣ ଭଲ ନିଦରେ ଶୋଇପାରିବେ।

୫- ଆପଣ ପର୍ଯ୍ୟାପ୍ତ ପାଣି ପିଇବା ସହିତ ଘରେ ଲେମ୍ବୁ ପାଣି ପ୍ରସ୍ତୁତ କରି ପିଇପାରିବେ।

Comment