ଓଡ଼ିଶାଲାଇଭ୍ ବ୍ୟୁରୋ

କିଛି ଦିନର ବ୍ୟବଧାନ ପରେ ଆଜି ଦେଶର କରୋନା ସଂକ୍ରମଣ କମିଥିବା ଦେଖିବାକୁ ମିଳିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତାଜା ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ୨ ଲକ୍ଷ ୮୧ ହଜାର ୩୮୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ, ୪ହଜାର ୧୦୬ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨କୋଟି ୪୯ଲକ୍ଷ ୬୫ହଜାର ୪୬୩ରେ ପହଞ୍ଚିଛି। ସେହିପରି ନୂଆ ମୃତକଙ୍କୁ ମିଶାଇ ଦେଶରେ ସମୁଦାୟ ମୃତ୍ୟୁ ସଂଖ୍ୟା ୨ଲକ୍ଷ ୭୪ହଜାର ୩୯୦ରେ ପହଞ୍ଚିଛି। ଏବେ ଦେଶରେ ୩୫ଲକ୍ଷ ୧୬ହଜାର ୯୯୭ଆକ୍ଟିଭ କେସ୍ ରହିଛି। ସେହିପରି ୨୪ ଘଣ୍ଟାରେ ୩ଲକ୍ଷ ୭୮ହଜାର ୭୪୧ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ନୂଆ ସୁସ୍ଥ ସଂଖ୍ୟାକୁ ମିଶାଇ ସମୁଦାୟ ୨କୋଟି ୧୧ଲକ୍ଷ ୭୪ହଜାର ୦୭୬ ଜଣ ସୁସ୍ଥ ହୋଇଛନ୍ତି।

କେନ୍ଦ୍ରର ତଥ୍ୟ ଅନୁସାରେ ଦେଶରେ ସମୁଦାୟ ୧୮କୋଟି ୨୯ଲକ୍ଷ ୨୬ହଜାର ୪୬୦ଜଣ ହିତାଧିକାରୀଙ୍କୁ ଟିକା ଦିଆସରିଛି। କରୋନା ନିୟନ୍ତ୍ରଣ ପାଇଁ ଅନେକ ରାଜ୍ୟରେ ଲକ୍‌ଡାଉନ୍ ଓ ସଟ୍‌ଡାଉନ୍‌ର ଅବଧିକୁ ବୃଦ୍ଧି କରାଯାଇଛି। ଏଯାବତ୍ ଦେଶରେ ଟିକାକରଣ ପ୍ରକ୍ରିୟା ଜାରି ରହିଛି।

Comment