ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଜାରି ରହିଛି। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ତାଜା ରିପୋର୍ଟ ଅନୁସାରେ ଆଜି ୭ହଜାର ୩୯୫ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରର ୪୧୬୯ ଜଣ ହୋଇଥିବାବେଳେ, ୩୨୨୬ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସେହିପରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ରାଜ୍ୟରୁ ସର୍ବାଧିକ ୪୦ ଜଣ ଆକ୍ରାନ୍ତ କରୋନାରେ ଆଖି ବୁଜିଛନ୍ତି।
ଆଜିର ତଥ୍ୟ ଅନୁସାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୬୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୮୬୮ ଜଣ ଓ ସୁନ୍ଦରଗଡ଼ରୁ ୨୬୭ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ ୪୪୩, ବରଗଡ଼ରୁ ୧୭୧, ବାଲେଶ୍ୱରରୁ ୨୮୫, ଯାଜପୁରରୁ ୫୧୬, ସମ୍ବଲପୁରରୁ ୧୩୭ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
Covid-19 Report For 4th June
New positive Cases: 7395
In quarantine: 4169
Local contacts: 3226(Details of local contacts will be shared by concerned Dist Administration)
District Wise Cases:
1. Angul: 443
2. Balasore: 285
3. Bargarh: 171
4. Bhadrak: 238
5. Balangir: 81— I & PR Department, Odisha (@IPR_Odisha) June 5, 2021
ରାଜ୍ୟରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କୁ ମିଶାଇ ସମୁଦାୟ ପଜିଟିଭ୍ ସଂଖ୍ୟା ୮ଲକ୍ଷ ୦୬ହଜାର ୦୯୪ରେ ପହଞ୍ଚିଛି। ଗତ ୨୪ଘଣ୍ଟାରେ ସୁସ୍ଥ ହୋଇଥିବା ୧୧ହଜାର ୩୪୭ ଜଣଙ୍କୁ ମିଶାଇ ସମୁଦାୟ ୭ଲକ୍ଷ ୨୪ହଜାର ୪୦୨ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଯାବତ୍ ୭୮ହଜାର ୬୮୭ ଆକ୍ଟିଭ କେସ୍ ରହିଛି।
Regret to inform the demise of forty numbers of Covid positive patients while under treatment in hospitals.
1.A 60 years old male of Angul district who was also suffering from T.B.
2.A 57 years old male of Angul district who was also suffering from Diabetes Mellitus.
— H & FW Dept Odisha (@HFWOdisha) June 5, 2021
ଅନ୍ୟପଟେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ, ଆଜି ରାଜ୍ୟରୁ ସର୍ବାଧିକ ୪୦ ଜଣଙ୍କ ଜୀବନ ନେଇଛି କରୋନା। ସେମାନଙ୍କ ମଧ୍ୟରେ ଅନୁଗୁଳରୁ ତିନି ଜଣ, ବଲାଙ୍ଗୀରରୁ ଦୁଇ ଜଣ, ବରଗଡ଼ରୁ ଦୁଇ ଜଣ, ବୌଦ୍ଧରୁ ତିନି ଜଣ, ଭୁବନେଶ୍ୱରରୁ ତିନି ଜଣ, କଟକରୁ ଚାରି ଜଣ, ଦେବଗଡ଼ରୁ ଦୁଇ ଜଣ, ଗଞ୍ଜାମରୁ ଜଣେ, ଝାରସୁଗୁଡ଼ା, ଖୋର୍ଦ୍ଧା, କଳାହାଣ୍ଡିରୁ ତିନି ଜଣ ଲେଖାଏଁ, କନ୍ଧମାଳରୁ ଜଣେ, ଖୋର୍ଦ୍ଧାରୁ ତିନି ଜଣ, ମୟୂରଭଞ୍ଜରୁ ଚାରି ଜଣ, ନୟାଗଡ଼, ସମ୍ବଲପୁରରୁ ଜଣେ ଲେଖାଏଁ, ସୁନ୍ଦରଗଡ଼ରୁ ଚାରି ଜଣ ରହିଛନ୍ତି । ଏମାନେ ସମସ୍ତେ କରୋନାରେ ଆକ୍ରାନ୍ତ ହୋଇ ଭିନ୍ନ ଭିନ୍ନ ହସ୍ପିଟାଲରେ ଚିକିତ୍ସା ହେଉଥିଲେ। ଏହି ମୃତକମାନଙ୍କୁ ମିଶାଇ ରାଜ୍ୟରେ ସମୁଦାୟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୯୫୨ ରେ ପହଞ୍ଚିଛି।














