ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ସୁସ୍ଥହାର ବଢ଼ିବାରେ ଲାଗିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଆଜି ରାଜ୍ୟରୁ ୮ ହଜାର ୨୯୯ ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୪୮ ଜଣ କରୋନା ସୁସ୍ଥ ହୋଇଛନ୍ତି। ଏହାପରେ କଟକରୁ ୭୩୫ ଜଣ, ଯାଜପୁରରୁ ୫୦୬ ଜଣ, ପୁରୀରୁ ୪୭୩ ଜଣ, ବାଲେଶ୍ଵରରୁ ୪୫୨ ଜଣ, ମୟୂରଭଞ୍ଜରୁ ୪୪୫ ଜଣ, ଢେଙ୍କାନାଳରୁ ୩୯୯ ଜଣ, କେନ୍ଦ୍ରାପଡ଼ାରୁ ୩୦୨ ଜଣ ବ୍ୟକ୍ତି କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ଅନ୍ୟ ଜିଲ୍ଲାଗୁଡ଼ିକରୁ ମଧ୍ୟ ଏକାଧିକ ସଂଖ୍ୟାରେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇ ରାଜ୍ୟରେ କରୋନାର ମୋଟ୍ ସୁସ୍ଥ ସଂଖ୍ୟା ୭,୭୨,୯୭୨ରେ ପହଞ୍ଚିଛି। ସେହିପରି ରାଜ୍ୟରେ ଏବେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮,୩୭,୨୨୬ ରହିଥବା ବେଳେ ଏବେ ରାଜ୍ୟରେ ୬୯,୩୩୩ଟି କରୋନାର ସକ୍ରିୟ କେସ୍ ରହିଛି।

Comment