ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଜାରି ରହିଛି। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ତାଜା ରିପୋର୍ଟ ଅନୁସାରେ ଆଜି ୫ହଜାର ୨୩୫ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରର ୨୯୫୭ ଜଣ ହୋଇଥିବାବେଳେ, ୨୨୭୮ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସେହିପରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ରାଜ୍ୟରୁ ସର୍ବାଧିକ ୪୩ ଜଣଙ୍କ ଜୀବନ ନେଇଛି କରୋନା।

ଆଜିର ତଥ୍ୟ ଅନୁସାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୨୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୫୫୭ ଜଣ ଓ ସୁନ୍ଦରଗଡ଼ରୁ ୨୫୧ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ ୨୭୭, ବରଗଡ଼ରୁ ୧୧୮, ବାଲେଶ୍ୱରରୁ ୩୨୦, ଯାଜପୁରରୁ ୩୯୪, ମୟୂରଭଞ୍ଜରୁ ୨୮୫ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କୁ ମିଶାଇ ସମୁଦାୟ ପଜିଟିଭ୍ ସଂଖ୍ୟା ୮ଲକ୍ଷ ୪୨ହଜାର ୪୬୧ରେ ପହଞ୍ଚିଛି। ଗତ ୨୪ଘଣ୍ଟାରେ ସୁସ୍ଥ ହୋଇଥିବା ୮ହଜାର ୨୯୯ ଜଣଙ୍କୁ ମିଶାଇ ସମୁଦାୟ ୭ଲକ୍ଷ ୭୨ହଜାର ୯୭୨ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଯାବତ୍ ୬୬ହଜାର ୨୨୬ ଆକ୍ଟିଭ କେସ୍ ରହିଛି।

ଅନ୍ୟପଟେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ, ଆଜି ରାଜ୍ୟରୁ ସର୍ବାଧିକ ୪୩ ଜଣଙ୍କ ଜୀବନ ନେଇଛି କରୋନା। ସେମାନଙ୍କ ମଧ୍ୟରେ ଅନୁଗୁଳରୁ ୪ଜଣ, ବାଲେଶ୍ୱରରୁ ଜଣେ, ବାଲେଶ୍ୱରରୁ ଦୁଇ ଜଣ, ବରଗଡ଼ରୁ ଚାରି ଜଣ, ବୌଦ୍ଧରୁ ତିନି ଜଣ, ଭୁବନେଶ୍ୱରରୁ ଚାରି ଜଣ, କଟକରୁ ଚାରି ଜଣ, ଢେ଼ଙ୍କାନାଳରୁ ଜଣେ, ଗଞ୍ଜାମରୁ ଦୁଇ ଜଣ, ଝାରସୁଗୁଡ଼ାରୁ ଦୁଇ ଜଣ, କଳାହାଣ୍ଡିରୁ ତିନି ଜଣ, କନ୍ଧମାଳରୁ ଜଣେ, କେନ୍ଦ୍ରାପଡ଼ାରୁ ଦୁଇ ଜଣ, ଖୋର୍ଦ୍ଧାରୁ ଜଣେ, ନୟାଗଡ଼ରୁ ଜଣେ, ପୁରୀରୁ ଦୁଇ ଜଣ, ରାୟଗଡ଼ାରୁ ଦୁଇ ଜଣ, ସମ୍ବଲପୁରରୁ ଜଣେ, ସୁନ୍ଦରଗଡ଼ରୁ ଚାରି ଜଣ ରହିଛନ୍ତି। ଏମାନେ ସମସ୍ତେ କରୋନାରେ ଆକ୍ରାନ୍ତ ହୋଇ ଭିନ୍ନ ଭିନ୍ନ ହସ୍ପିଟାଲରେ ଚିକିତ୍ସା ହେଉଥିଲେ।

Comment