ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶରେ ଏବେ ଦୈନିକ ସଂକ୍ରମଣ କମିବାରେ ଲାଗିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତାଜା ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ୯୧ହଜାର ୭୦୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ, ୩ହଜାର ୪୦୩ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା।

ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୨କୋଟି ୯୨ଲକ୍ଷ ୭୪ହଜାର ୮୨୩ ଓ ମୃତ୍ୟୁସଂଖ୍ୟା ୩ଲକ୍ଷ ୬୩ହଜାର ୦୭୯ରେ ପହଞ୍ଚିଛି। ଏବେ ଦେଶରେ ୧୧ଲକ୍ଷ ୨୧ହଜାର ୬୭୧ଆକ୍ଟିଭ କେସ୍‌ ରହିଛି। ସେହିପରି ୨୪ ଘଣ୍ଟାରେ ୧ଲକ୍ଷ ୩୪ହଜାର ୫୮୦ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ନୂଆ ସୁସ୍ଥ ସଂଖ୍ୟାକୁ ମିଶାଇ ସମୁଦାୟ ୨କୋଟି ୭୭ଲକ୍ଷ ୯୦ହଜାର ୦୭୩ ଜଣ ସୁସ୍ଥ ହୋଇଛନ୍ତି।

କେନ୍ଦ୍ରର ତଥ୍ୟ ଅନୁସାରେ ଦେଶରେ ସମୁଦାୟ ୨୪କୋଟି ୬୦ଲକ୍ଷ ୮୫ହଜାର ୬୪୯ଜଣ ହିତାଧିକାରୀଙ୍କୁ ଟିକା ଦିଆସରିଛି। ଏଯାବତ୍‌ ଦେଶରେ ଟିକାକରଣ ପ୍ରକ୍ରିୟା ଜାରି ରହିଛି।

Comment