ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ମାଟିର ଯୋଗ୍ୟତମ ସନ୍ତାନ, ପରିବେଶବିତ୍ ତଥା ସମାଜ ସଂସ୍କାରକ ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ବିୟୋଗରେ ନୟାଗଡ଼ ଜିଲ୍ଲାର ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ଜନ୍ମମାଟି ଓଡ଼ଗାଁଠାରେ ସ୍ୱର୍ଗତ ରାଧାମୋହନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।

ଭାରତ ବିକାଶ ପରିଷଦ ନୟାଗଡ଼ ଶାଖା ପକ୍ଷରୁ ସ୍ୱର୍ଗତ ରାଧାମୋହନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି। ଶୁକ୍ରବାର ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ପ୍ରଫେସର ହରପ୍ରସାଦ ମହାପାତ୍ର, ହରିହର ପାତ୍ର, ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଶିକ୍ଷାବିତ୍ ଅଶୋକ ନାୟକ, ରୋଟାରୀୟାନ ପ୍ରମୋଦ ପଟ୍ଟନାୟକ ଏବଂ ନିର୍ମଳ ଚନ୍ଦ୍ର ସୁରଦେଓ ଆଦି ଉପସ୍ଥିତ ରହି ରାଧାମୋହନଙ୍କ ଗରୀମାମୟ କାର୍ଯ୍ୟର ସ୍ମୃତି ଚାରଣ କରିଥିଲେ।ସାମଗ୍ରୀକ ବିକାଶ କ୍ଷେତ୍ରରେ ନିଜ ଜୀବନକୁ ଉତ୍ସର୍ଗୀକୃତ କରି ପଦ୍ମଶ୍ରୀ ରାଧାମୋହନଙ୍କ ସମସ୍ତଙ୍କ ପାଇଁ ସ୍ମରଣୀୟ ହୋଇଗଲେ। ତାଙ୍କ ବିୟୋଗ ବିଭିନ୍ନ ମହଲକୁ ମର୍ମାହତ କରି ଦେଇଛି। ପ୍ରଫେସର ରାଧାମୋହନଙ୍କ ଆତ୍ମାର ସଦ୍‌ଗତି କାମନା କରି ନୟାଗଡ଼ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ନୀରବ ପ୍ରାର୍ଥନା କରାଯାଇଛି।

ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକ ରଙ୍ଗଣୀପାଟ୍ଟଣାରେ ଜନ୍ମ ଗ୍ରହଣ କରିଥିଲେ ରାଧାମୋହନ। ପରେ ଶିକ୍ଷା, ସମାଜିକ ବ୍ୟବସ୍ଥାରେ ଉନ୍ନତି, କୃଷି ପଦ୍ଧତିରେ ପରିବର୍ତ୍ତନ ଆଦି ନିଷ୍ଠା ଓ ଏକାଗ୍ରତାର କାର୍ଯ୍ୟ ତାଙ୍କୁ ପଦ୍ମଶ୍ରୀ ସମ୍ମାନର ଅଧିକାରୀ କରିଥିଲା।

Comment