ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୀର୍ଘ ୬ମାସ ଝାରପଡ଼ା ଜେଲରେ ସଜା କାଟିବାପରେ, ଶନିବାର ଜେଲରୁ ବାହାରିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ୬ଟି ମାମଲାରେ ହାଇକୋର୍ଟଙ୍କଠାରୁ ସର୍ତ୍ତମୂଳକ ଜାମିନ ପାଇବା ପରେ ଜେଲରୁ ମୁକୁଳିଛନ୍ତି ପ୍ରଦୀପ। ପୂର୍ବରୁ ୫ଟି ମାମଲାରେ ଜାମିନ ମିଳିଥିବାବେଳେ, ଶୁକ୍ରବାର ତାଙ୍କୁ ଷଷ୍ଠ ମାମଲାରେ ଜାମିନ ପ୍ରଦାନ କରିଥିଲେ ହାଇକୋର୍ଟ।

ଡିସେମ୍ବର ମାସରେ ପ୍ରଦୀପଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା। ଟାଟା କମ୍ପାନିରେ ଚାକିରି କରାଇଦେବା ନାଁରେ ଠକେଇ ଅଭିଯୋଗରେ ସେ ଗିରଫ ହୋଇଥିଲେ।  ତେବେ ପ୍ରଦୀପ ଜେଲରୁ ବାହାରିବା ପରେ ମାମଲା ସହ ଜଡ଼ିତ କୌଣସି ବ୍ୟକ୍ତିଙ୍କ ସହ ଯୋଗାଯୋଗ କିମ୍ବା ପ୍ରମାଣ ନଷ୍ଟ କରିପାରିବେ ନାହିଁ ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି । ଏଥିସହ ଗଣମାଧ୍ୟମ ସମ୍ମୁଖରେ କୌଣସି ପ୍ରତିକ୍ରିୟା ନରଖିବାକୁ କୋର୍ଟ କହିଛନ୍ତି।

ଦୁଇ ଦିନ ପୂର୍ବରୁ ଆକାଶ ପାଠକ ଓ ତାଙ୍କ ବାପା ପୂର୍ବତନ ଆଇଏଫ୍‌ଏସ୍ ଅଭୟକାନ୍ତ ପାଠକଙ୍କୁ ଜାମିନ ମିଳିଥିଲା। ଟାଟା କମ୍ପାନିରେ ଚାକିରି କରାଇ ଦେବା ନାଁରେ ଗୋଳନ୍ଥରା ଥାନାରେ ହୋଇଥିବା ମାମଲାରେ ସେମାନଙ୍କୁ ହାଇକୋର୍ଟରୁ ଜାମିନ ମିଳିଥିଲା। ତେବେ ଉଭୟଙ୍କ ନାଁରେ ଅନ୍ୟାନ୍ୟ ମାମଲା ଥିବାରୁ ସେମାନେ ଜେଲ୍‌ରୁ ବାହାରି ପାରି ନାହାନ୍ତି।

Comment