ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଜାରି ରହିଛି। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ତାଜା ରିପୋର୍ଟ ଅନୁସାରେ ଆଜି ୪ହଜାର ୮୫୨ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରର ୨୭୬୫ ଜଣ ହୋଇଥିବାବେଳେ, ୨୦୮୭ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସେହିପରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ରାଜ୍ୟରୁ ସର୍ବାଧିକ ୪୭ ଜଣଙ୍କ ଜୀବନ ନେଇଛି କରୋନା।

ଆଜିର ତଥ୍ୟ ଅନୁସାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୪୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୫୦୫ ଜଣ ଓ ସୁନ୍ଦରଗଡ଼ରୁ ୧୫୭ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ ୨୭୫, ବରଗଡ଼ରୁ ୬୧, ବାଲେଶ୍ୱରରୁ ୩୬୪, ଯାଜପୁରରୁ ୩୮୨, ମୟୂରଭଞ୍ଜରୁ ୨୧୦ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କୁ ମିଶାଇ ସମୁଦାୟ ପଜିଟିଭ୍ ସଂଖ୍ୟା ୮ଲକ୍ଷ ୪୭ହଜାର ୩୧୩ରେ ପହଞ୍ଚିଛି। ଗତ ୨୪ଘଣ୍ଟାରେ ସୁସ୍ଥ ହୋଇଥିବା ୮ହଜାର ୫୧୬ ଜଣଙ୍କୁ ମିଶାଇ ସମୁଦାୟ ୭ଲକ୍ଷ ୮୧ହଜାର ୪୮୮ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଯାବତ୍ ୬୨ହଜାର ୫୧୫ ଆକ୍ଟିଭ କେସ୍ ରହିଛି।

ଅନ୍ୟପଟେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ, ଆଜି ରାଜ୍ୟରୁ ସର୍ବାଧିକ ୪୭ ଜଣଙ୍କ ଜୀବନ ନେଇଛି କରୋନା। ସେମାନଙ୍କ ମଧ୍ୟରେ ଅନୁଗୁଳରୁ ଚାରି ଜଣ, ବାଲେଶ୍ୱରରୁ ତିନି ଜଣ, ବରଗଡ଼ରୁ ଚାରି ଜଣ, ଭୁବନେଶ୍ୱରରୁ ଚାରି ଜଣ, ବୌଦ୍ଧରୁ ତିନି ଜଣ, ବଲାଙ୍ଗୀରରୁ ଜଣେ, ଭଦ୍ରକରୁ ତିନି ଜଣ, କଟକରୁ ପାଞ୍ଚ ଜଣ, ଢେ଼ଙ୍କାନାଳରୁ ତିନି ଜଣ, ଗଞ୍ଜାମରୁ ତିନି ଜଣ, ଜଗତସିଂପୁରରୁ ଦୁଇ ଜଣ, ଯାଜପୁରରୁ ଜଣେ, କେନ୍ଦ୍ରାପଡ଼ାରୁ ଦୁଇ ଜଣ, ଖୋର୍ଦ୍ଧାରୁ ଦୁଇ ଜଣ, ନୟାଗଡ଼ରୁ ତିନି ଜଣ, ପୁରୀରୁ ଦୁଇ ଜଣ, ରାୟଗଡ଼ାରୁ ଜଣେ, ସୁନ୍ଦରଗଡ଼ରୁ ଜଣେ ରହିଛନ୍ତି । ଏମାନେ ସମସ୍ତେ କରୋନାରେ ଆକ୍ରାନ୍ତ ହୋଇ ଭିନ୍ନ ଭିନ୍ନ ହସ୍ପିଟାଲରେ ଚିକିତ୍ସା ହେଉଥିଲେ। ବର୍ତ୍ତମାନ ରାଜ୍ୟରେ ସମୁଦାୟ ମୃତ୍ୟୁ ସଂଖ୍ୟା ୩୨୫୭ରେ ପହଞ୍ଚିଛି।

Comment