ଓଡ଼ିଶାଲାଇଭ୍ ବ୍ୟୁରୋ

  • ଆଜି ରାଜ୍ୟରୁ ୪,୩୩୯ ଜଣ କରୋନା ପଜିଟିଭ୍ ଚିହ୍ନଟ
  • ଆଜି ୪୪ ଜଣଙ୍କ ଜୀବନ ନେଲା ମହାମାରୀ
  • ମୋଟ୍ ପଜିଟିଭ୍ ସଂଖ୍ୟା ୮,୫୬,୧୨୧କୁ ବୃଦ୍ଧି
  • ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩,୩୪୬

ଓଡ଼ିଶାର କରୋନା ସ୍ଥିତିରେ ଏବେ ସୁଧାର ଆସିବାରେ ଲାଗିଛି। ମେ’ ମାସରେ ଯେଉଁଠି ଦୈନିକ କରୋନା କେସ୍ ୧୨ ହଜାର ଟପୁଥିଲା ଏବେ ତାହା ଖସି ୪ ହଜାର ମୁହାଁ ହୋଇଛି। ସଂକ୍ରମଣ ସିନା ଖସୁଛି କିନ୍ତୁ ମୃତ୍ୟୁ ସଂଖ୍ୟାରେ କୌଣସି ପରିବର୍ତ୍ତନ ହେଉନାହିଁ। ରାଜ୍ୟରେ ଏବେ ପ୍ରତିଦିନ ୪୦ରୁ ଊର୍ଦ୍ଧ୍ଵ ବ୍ୟକ୍ତିଙ୍କ ଜୀବନ ନେଉଛି ମହାମାରୀ।ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୪ ହଜାର ୩୩୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ଵାରେଣ୍ଟାଇନ୍‌ରୁ ୨୪୭୫ ଜଣ ରହିଥିବାବେଳେ ଲୋକାଲ୍ କେସ୍ ରହିଛି ୧୮୬୪। ଅନ୍ୟପଟେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ତଥ୍ୟ ଅନୁସାରେ ଆଜି ରାଜ୍ୟରୁ ୪୪ ଜଣ କୋଭିଡ୍ ରୋଗୀଙ୍କ ମୃତ୍ୟୁ ରେକର୍ଡ ହୋଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୦୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୨୨୬ ଜଣ, ବାଲେଶ୍ୱରରୁ ୨୯୬ ଜଣ, ବରଗଡ଼ରୁ ୬୮ ଜଣ, ଭଦ୍ରକରୁ ୨୦୯ ଜଣ, ବଲାଙ୍ଗୀରରୁ ୫୩ ଜଣ, ବୌଦ୍ଧରୁ ୫୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଅନ୍ୟପଟେ କଟକରୁ ୪୮୦ ଜଣ, ଦେବଗଡ଼ରୁ ୨୬ ଜଣ, ଢେଙ୍କାନାଳରୁ ୧୪୪ ଜଣ, ଗଜପତିରୁ ୩୬ ଜଣ, ଗଞ୍ଜାମରୁ ୨୯ ଜଣ, ଜଗତସିଂହପୁରରୁ ୧୪୩ ଜଣ, ଯାଜପୁରରୁ ୨୦୭ ଜଣ, ଝାରସୁଗୁଡ଼ାରୁ ୧୩ ଜଣ, କଳାହାଣ୍ଡିରୁ ୬୨ ଜଣ, କନ୍ଧମାଳରୁ ୬୨ ଜଣ, କେନ୍ଦ୍ରାପଡ଼ାରୁ ୧୮୧ ଜଣ କରୋନା ପଜିଟିଭ୍ ବାହାରିଛନ୍ତି। ଏଥିସହ ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରୁ ମଧ୍ୟ ଏକାଧିକ କରୋନା କେସ୍ ବାହାରିଛି।ଆଜିର ଆକ୍ରାନ୍ତଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮,୫୬,୧୨୧  ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୭,୯୬,୭୯୯ ଜଣ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ଏବେ ୫୫,୯୨୩ଟି କରୋନାର ସକ୍ରିୟ କେସ୍ ରହିଛି।

ସେହିପରି ଆଜିର କରୋନା ମୃତ୍ୟୁ ସଂଖ୍ୟାକୁ ମିଶାଇ ରାଜ୍ୟର ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୩,୩୪୬କୁ ବୃଦ୍ଧି ପାଇଛି।

Comment