ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର କରୋନା ସ୍ଥିତିରେ ଦିନକୁ ଦିନ ସୁଧାର ଆସିବାରେ ଲାଗିଛି। ରାଜ୍ୟରେ ଦ୍ରୁତ ବେଗରେ ବଢୁଥିବା ଦୈନିକ ସଂକ୍ରମଣ ଏବେ ଖସି ୩ ହଜାର ମୁହାଁ ହୋଇଛି। ଆଶ୍ଵସ୍ତିର କଥା ଏହି ଯେ, ଏବେ ସଂକ୍ରମଣ ସଂଖ୍ୟାକୁ ସୁସ୍ଥ ସଂଖ୍ୟା ଟପିବାରେ ଲାଗିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଆଜି ରାଜ୍ୟରେ ୬ ହଜାର ୭୯୯ ଜଣ କୋଭିଡ୍ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୮୨ ଜଣ ସୁସ୍ଥ ହୋଇଛନ୍ତି। ଏହାପରେ କଟକରୁ ୬୮୯ ଜଣ, ଯାଜପୁରରୁ ୪୮୬ ଜଣ, ମୟୂରଭଞ୍ଜରୁ ୪୮୦ ଜଣ, ପୁରୀରୁ ୩୯୩ ଜଣ, ବାଲେଶ୍ୱରରୁ ୨୮୪ ଜଣ, ଭଦ୍ରକରୁ ୨୬୧ ଜଣ, ସୁନ୍ଦରଗଡ଼ରୁ ୨୪୧ ଜଣ, ଜଗତସିଂହପୁରରୁ ୨୧୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିସହ ଅନ୍ୟ ଜିଲ୍ଲାଗୁଡ଼ିକରୁ ମଧ୍ୟ ଶତାଧିକ ସଂଖ୍ୟାରେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୧୧ ହଜାର ୭୮୦ରେ ପହଞ୍ଚିଛି।

Comment