ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ କରୋନା ସଂକ୍ରମଣର ଗ୍ରାଫ୍ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି। ଆଶ୍ଵସ୍ତିର କଥା ହେଲା ଦୈନିକ ସଂକ୍ରମଣ ଖସିବା ସହ ସୁସ୍ଥ ସଂଖ୍ୟା ବଢୁଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୩,୬୩୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲା ବେଳେ ସୁସ୍ଥ ହୋଇଛନ୍ତି ୬,୨୪୦ ଜଣ।

ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୫୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାପରେ କଟକରୁ ୫୦୪ ଜଣ, ଯାଜପୁରରୁ ୪୧୩ ଜଣ, ଅନୁଗୁଳରୁ ୩୭୨ ଜଣ, ଭଦ୍ରକରୁ ୩୬୪ ଜଣ, ନୟାଗଡ଼ରୁ ୩୫୧ ଜଣ, ମୟୂରଭଞ୍ଜରୁ ୩୨୭ ଜଣ, ପୁରୀରୁ ୩୨୧ ଜଣ, ଢେଙ୍କାନାଳରୁ ୩୦୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।ଏଥିସହ ଅନ୍ୟ ଜିଲ୍ଲାଗୁଡ଼ିକରୁ ମଧ୍ୟ ଏକାଧିକ ସଂଖ୍ୟାରେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୮ ଲକ୍ଷ ୨୩ ହଜାର ୫୯୯କୁ ବୃଦ୍ଧି ପାଇଛି।

Comment