ଓଡ଼ିଶାଲାଇଭ୍ ବ୍ୟୁରୋ

ଲକ୍‌ଡାଉନ୍, ସଟ୍‌ଡାଉନ୍ ଭଳି କଡ଼ା କଟକଣା ମଧ୍ୟରେ ରାଜ୍ୟରେ କିଛିଦିନ ହେଲା କରୋନା ସଂକ୍ରମଣର ଗ୍ରାଫ୍ ଖସିବାରେ ଲାଗିଥିଲା। ସ୍ଥିତିରେ ସାମାନ୍ୟ ସୁଧାର ଆସିବା ପରେ ସରକାର ଲକ୍‌ଡାଉନ୍ କଟକଣାକୁ ଆଂଶିକ କୋହଳ କରିଦେଲେ। ହେଲେ ଏବେ ପୁଣିଥରେ ସଂକ୍ରମଣ ବଢ଼ିଛି। ରାଜ୍ୟରେ ପୁଣି ଏବେ ଦୈନିକ କରୋନା କେସ୍ ୩ ହଜାର ପାର୍ କରିଛି।

ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୩ ହଜାର ୫୫୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ସଙ୍ଗରୋଧରୁ ୨୦୨୮ ଓ ୧୫୨୬ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି।

ଖୋର୍ଦ୍ଧାରୁ ସର୍ବାଧିକ ୬୫୧ ଓ କଟକରୁ ୫୦୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଯାଜପୁରରୁ ୨୫୬, ଜଗତସିଂହପୁରରୁ ୧୪୫, ଭଦ୍ରକରୁ ୧୫୮, ବରଗଡ଼ରୁ ୩୧, ବଲାଙ୍ଗିର ୩୧, ବୌଦ୍ଧରୁ ୩୩, ଦେବଗଡ଼ରୁ ୮, ଢେଙ୍କନାଳରୁ ୫୬, ଗଜପତିରୁ ୨୪, ଗଞ୍ଜାମରୁ ୨୨, ଝାରସୁଗୁଡ଼ାରୁ ୧୧, କଳାହାଣ୍ଡିରୁ ୨୧, କନ୍ଧମାଳରୁ ୩୮, କେନ୍ଦ୍ରାପଡ଼ାରୁ ୧୧୯, କେଉଁଝରରୁ ୬୫, କୋରାପୁଟରୁ ୬୯, ମାଲକାନଗିରିରୁ ୬୧,  ମୟୂରଭଞ୍ଜରୁ ୧୯୬, ବାଲେଶ୍ୱରରୁ ୨୭୧, ଅନୁଗୁଳରୁ ୧୩୩, ପୁରୀରୁ ୨୩୩, ରାୟଗଡ଼ାରୁ ୬୧, ସମ୍ବଲପୁରରୁ ୧୮, ସୋନପୁରରୁ ୨୯, ସୁନ୍ଦରଗଡ଼ରୁ ୭୧, ନୟାଗଡ଼ରୁ ୧୦୦, ନବରଙ୍ଗପୁରରୁ ୨୨, ନୂଆପଡ଼ାରୁ ୨୦ ଜଣ  ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା କେସ୍ ୮,୯୭,୦୬୨ରେ ପହଞ୍ଚିଛି। ସେଥିମଧ୍ୟରୁ ଏଯାବତ୍ ୮,୬୦,୧୪୨ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ବି ରାଜ୍ୟରେ  ୩୩, ୦୧୯ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି।

ସେହିପରି ଗତ ୨୪ ଘଣ୍ଟାରେ ରାଜ୍ୟରୁ ୪୭ ଜଣ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁ ରେକର୍ଡ ହୋଇଛି। ଏନେଇ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହାସହ ଏବେ ରାଜ୍ୟରେ ସଂକ୍ରମଣ ଓ ଟେଷ୍ଟିଂ ହାର ୫.୧୭ ପ୍ରତିଶତ ରହିଛି।

Comment