ଓଡ଼ିଶାଲାଇଭ୍ ବ୍ୟୁରୋ

  • ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଡିଆ କ୍ୟାମ୍ପେନ୍ ‘କେତେ ନୂଆ ବାଟ’
  • ନଲେଜ୍ ପାର୍ଟନର ‘ମୋ କଲେଜ’ ଅଭିଯାନ
  • ଭିଡିଓ ସିରିଜରେ ଏଥରର ପ୍ରସଙ୍ଗ ‘କୋଭିଡ୍‌ ସମୟରେ ପିଲାଙ୍କ ସୁରକ୍ଷା’
  • ଶନିବାର ଦିନ ୧୨.୩୦ଟାରେ ଦେଖନ୍ତୁ ଡିଡି ଓଡ଼ିଆରେ

କରୋନା ମହାମାରୀର ଏହି ସଙ୍କଟ ସମୟରେ ସମସ୍ତେ ପ୍ରଭାବିତ। ତାଲାବନ୍ଦ ସ୍ଥିତି ଯୋଗୁଁ ଘରେ ଘରେ ଏବେ ଆର୍ଥିକ ସମସ୍ୟା ଦେଖାଦେଇଛି। ଫଳରେ ଅନେକ ପରିବାରରେ ଅଶାନ୍ତିର ବାତାବରଣ ସୃଷ୍ଟି ହେଉଛି। ଏହାର ସିଧାସଳଖ ପ୍ରଭାବ ପିଲାମାନଙ୍କ ଉପରେ ପଡୁଛି। କରୋନା ପାଇଁ ସେମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ପୋଷଣ ଓ ସୁରକ୍ଷା ସବୁ କିଛି ପ୍ରଭାବିତ ହୋଇଛି। ସେମାନଙ୍କର ଅଧିକାର ମଧ୍ୟ କ୍ଷୁଣ୍ଣ ହୋଇଛି। ଏହାକୁ ଦୃଷ୍ଟିରେ ରଖି ‘କେତେ ନୂଆ ବାଟ ସିଜିନ୍‌ ୨’ ଭିଡିଓ ସିରିଜର ଚତୁର୍ଥ ଅଧ୍ୟାୟରେ ପ୍ରସଙ୍ଗ ରହିଛି ‘କୋଭିଡ୍‌ ସମୟରେ ପିଲାଙ୍କ ସୁରକ୍ଷା’।

ଜୁଲାଇ ୧୦, ଶନିବାର ଦିନ ୧୨ଟା ୩୦ରେ ଡିଡି ଓଡ଼ିଆରେ ଆପଣ ଦେଖିପାରିବେ ‘କେତେ ନୂଆ ବାଟ ସିଜିନ୍‌ ୨’ର ଚତୁର୍ଥ ଭିଡିଓ ସିରିଜ ‘କୋଭିଡ୍‌ ସମୟରେ ପିଲାଙ୍କ ସୁରକ୍ଷା’। ଏହାଛଡ଼ା ସ୍ୱାସ୍ଥ୍ୟପ୍ଲସ୍‌ ଏବଂ ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ୍ ଏବଂ ଫେସ୍‌ବୁକ୍‌ ଭଳି ସୋସିଆଲ ମିଡିଆ ଚ୍ୟାନେଲଗୁଡ଼ିକରେ ମଧ୍ୟ ଏହାର ପ୍ରସାରଣ କରାଯିବ।

ଭିଡିଓ ସିରିଜର ଚତୁର୍ଥ ଅଧ୍ୟାୟରେ ସାମିଲ ହୋଇଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ, ରାଜ୍ୟ ଶିଶୁ ସୁରକ୍ଷା ସମିତିର ପ୍ରୋଗ୍ରାମ ମ୍ୟାନେଜର ପ୍ରୀତିକାନ୍ତ ପଣ୍ଡା, ୟୁନିସେଫ୍‌ ଓଡ଼ିଶାର ଚାଇଲ୍ଡ ପ୍ରୋଟେକ୍ସନ ସ୍ପେଶାଲିଷ୍ଟ ନେହା ନାଇଡୁ, ଅନ୍ତର୍ଜାତୀୟ ସ୍ଵେଚ୍ଛାସେବୀ ସଂଗଠନ ଏଡ୍ ଏଟ୍ ଆକ୍ସନର ସିନିୟର ପ୍ରୋଗ୍ରାମ ମ୍ୟାନେଜର ଜ୍ୟୋତି ପ୍ରକାଶ ବ୍ରହ୍ମା, ମାଲକାନଗିରି ଜିଲ୍ଲାରେ କାମ କରୁଥିବା ସ୍ଵେଚ୍ଛାସେବୀ ସଂଗଠନ ‘ବଡ଼ଦିଦି’ର ସଦସ୍ୟ ଦୀପାରାଣୀ ନାୟକ, ରାୟଗଡ଼ା ଜିଲ୍ଲାରୁ ‘ଅଦ୍ଵିକା’ କାର୍ଯ୍ୟକ୍ରମର ସଖୀ ଚାନ୍ଦିନୀ କୈବର୍ତ୍ତ ଓ ସହେଲୀ କେ ପାଓ୍ଵନୀ ଏବଂ ନୂଆପଡ଼ାର ଜଣେ ଅଙ୍ଗନବାଡ଼ି କର୍ମୀ ଅମ୍ଵା ସାହୁ।

ଏହା ଛଡ଼ା ଭୁବନେଶ୍ଵରରେ ସ୍ଵେଚ୍ଛାସେବୀ ସଂଗଠନ ସିସିଡବ୍ଲ୍ୟୁଡି ଏବଂ ଆକ୍ସନ ଏଡ୍‌ ସହାୟତାରେ ‘ଭୁବନେଶ୍ଵର ୟଙ୍ଗ୍ ଅର୍ବାନ ଫୋରମ୍’ କିପରି ବସ୍ତି ଅଞ୍ଚଳରେ କୋଭିଡ୍ ସଚେତନତାର ବାର୍ତ୍ତା ପହଞ୍ଚାଉଛି, ତାହା ଏହି ଅଧ୍ୟାୟରେ ଆପଣ ଦେଖିବାକୁ ପାଇବେ।ୟୁନିସେଫ୍‌ ସହାୟତାରେ ଓଡ଼ିଶାଲାଇଭ୍‌ ଏବଂ ସ୍ୱାସ୍ଥ୍ୟପ୍ଲସ୍‌ର ମିଳିତ ମିଡିଆ କ୍ୟାମ୍ପେନ ‘କେତେ ନୂଆ ବାଟ ସିଜିନ୍‌ ୨’ରେ ରାଜ୍ୟ ସରକାରଙ୍କ ‘ମୋ କଲେଜ’ ଅଭିଯାନ ନଲେଜ ପାର୍ଟନର ଭାବେ ଯୋଡ଼ି ହୋଇଛି।

କୋଭିଡ୍‌-୧୯ ଭଳି ଏକ ଜଟିଳ ସମୟରେ କିଛି ନୂଆ ସୂଚନା, କିଛି ସାହସ ଓ କିଛି ସକରାତ୍ମକ ବାର୍ତ୍ତା ନେଇ ପ୍ରସ୍ତୁତ ହୋଇଛି ଏହି ଧାରାବାହିକ ‘କେତେ ନୂଆ ବାଟ ସିଜିନ ୨’। ଏଥିରେ ରହିଛି କୋଭିଡ୍‌ ମୁକାବିଲା ସମ୍ପର୍କରେ ନୂଆ ଦିଗ ଓ ତଥ୍ୟ, ଏହି ଲଢ଼େଇରେ ଆଗଧାଡ଼ିରେ ଥିବା ପ୍ରମୁଖ ବ୍ୟକ୍ତିଙ୍କ ସହ ସାକ୍ଷାତକାର, କୋଭିଡ୍‌ ହିରୋଙ୍କ କାହାଣୀ, ସ୍ୱାସ୍ଥ୍ୟ ପରାମର୍ଶ ଓ ଆହୁରି ଅନେକ କିଛି।

ଓଡ଼ିଶାଲାଇଭ୍‌ର ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥ ଏହି କାର୍ଯ୍ୟକ୍ରମର ଉପସ୍ଥାପକ ଓ ପ୍ରଯୋଜକ ଅଛନ୍ତି।

ଭିଡିଓ ସିରିଜ ଛଡ଼ା ‘କେତେ ନୂଆ ବାଟ ସିଜିନ ୨’ ଅଭିଯାନ ଅଧୀନରେ ପ୍ରତି ୧୫ ଦିନରେ ଥରେ, ରବିବାର ବିଭିନ୍ନ ବିଷୟରେ ଅଡିଓ ସିରିଜ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ରରେ ଓ ରେଡିଓ ଚକଲେଟ୍ ୧୦୪ ଏଫ୍‌ଏମରେ ପ୍ରସାରିତ ହେଉଛି। ସେହି ଅଡିଓ ସିରିଜ ‘ଓଡ଼ିଶାଲାଇଭ୍’ ଓ ‘ସ୍ୱାସ୍ଥ୍ୟପ୍ଲସ’ର ୟୁଟ୍ୟୁବ୍‌ ଏବଂ ଫେସବୁକରେ ମଧ୍ୟ ପୋଷ୍ଟ କରାଯାଉଛି। ଏହାସହ ଭିଡିଓ ମାଧ୍ୟମରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା, ବିଶିଷ୍ଟ ବ୍ୟକ୍ତିମାନଙ୍କର ସାକ୍ଷାତକାର ମଧ୍ୟ ପ୍ରକାଶ କରାଯାଉଛି।

Comment