ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଆଂଶିକ ଲକଡାଉନ୍ ଅବଧିକୁ ଅଗଷ୍ଟ ୧ ସକାଳ ୬ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଦୈନିକ କରୋନା କେସ୍ କମୁଥିଲେ ମଧ୍ୟ ଏଯାଏଁ ରାଜ୍ୟରୁ ସଙ୍କଟ ଟଳିନଥିବାରୁ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ନୂଆ ଗାଇଡଲାଇନ ସମ୍ପର୍କରେ ରାଜ୍ୟବାସୀଙ୍କୁ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର।ତେବେ ପୂର୍ବ ଭଳି ରାଜ୍ୟରେ କାଟାଗୋରୀ ‘ଏ’ ଏବଂ କାଟାଗୋରୀ ‘ବି’ ଫର୍ମୁଲା ବଳବତ୍ତର ରହିବ। କାଟାଗୋରୀ ‘ଏ’ରେ ୨୦ଟି ଜିଲ୍ଲା ରହିଥିବାବେଳେ, କାଟାଗୋରୀ ‘ବି’ରେ ୧୦ଟି ଜିଲ୍ଲା ରହିଛି। କରୋନା କଟକଣାରେ ସମଗ୍ର ରାଜ୍ୟରେ ବସ୍ ଚଳାଚଳକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। କିନ୍ତୁ ରଥଯାତ୍ରା ନୀତିକାନ୍ତି ସରିନଥିବାରୁ ଜୁଲାଇ ୨୫ତାରିଖ ପର୍ଯ୍ୟନ୍ତ ପୁରୀକୁ କୌଣସି ବସ୍ ଯାତାୟତ କରିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।ପୂର୍ବରୁ କାଟାଗୋରୀ ‘ଏ’ରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲୁଥିଲା। କିନ୍ତୁ ଏବେ ଏହି ସମୟକୁ ବୃଦ୍ଧି କରାଯାଇ ରାତି ୮ଟା କରାଯାଇଛି। ସେହିପରି କାଟାଗୋରୀ ‘ବି’ରେ ସକାଳ ୬ଟାରୁ ସନ୍ଧ୍ୟା ୫ଟା ଯାଏଁ ଦୋକାନ ବଜାର ଖୋଲାରହିବ। ଏଥିସହିତ ଉକ୍ତ ଜିଲ୍ଲାଗୁଡ଼ିକରେ ସପ୍ତାହାନ୍ତ ସଟଡାଉନ୍ ବଳବତ୍ତର ରହିବ।

କାଲିଠୁ କ’ଣ ଖୋଲିବ

  • ସ୍ପା, ବ୍ୟୁଟିପାର୍ଲର, ସେଲୁନକୁ ଅନୁମତି
  • ଖୋଲିବ ଜିମ୍
  • ସମଗ୍ର ରାଜ୍ୟରେ ଚଳାଚଳ କରିବ ବସ୍
  • ସିଟ୍ ଅନୁସାରେ ଯିବେ ଯାତ୍ରୀ
  • ବଜାର ଯେତିକି ସମୟ ଖୋଲିବ, କେବଳ ସେମିତି ସମୟ ଯାତାୟତ କରିବ ଟ୍ୟାକ୍ସି ଓ ଅଟୋ
  • ଟ୍ୟାକ୍ସି, ଅଟୋରେ ଡ୍ରାଇଭରଙ୍କ ବ୍ୟତୀତ ଦୁଇ ଯାତ୍ରୀଙ୍କୁ ଅନୁମତି
  • ବିନା ଦର୍ଶକରେ ଆଉଟ ଡୋର ସ୍ପୋର୍ଟକୁ ଅନୁମତି
  • ସମଗ୍ର ରାଜ୍ୟରେ ଇନଡୋର ଓ ଆଉଟଡୋର ଫିଲ୍ମ ସୁଟିଂକୁ ଅନୁମତି

କ’ଣ ବନ୍ଦ ରହିବ

  • ପାର୍କ, ମଲ, ସିନେମା ହଲ, ମେଳା, ପ୍ରଦର୍ଶନୀ ଯାତ୍ରା ବନ୍ଦ ରହିବ
  • ବାହାଘରରେ ୨୦ ଏବଂ ଶୁଦ୍ଧିକ୍ରିୟାରେ ୧୦ଜଣଙ୍କୁ ଅନୁମତି
  • ସ୍କୁଲ, କଲେଜ, କୋଚିଂ ସେଣ୍ଟର ବନ୍ଦ ରହିବ
  • ରେସ୍ତୋରାଁଣ୍ଟ, ଉଠାଦୋକାନ, ହୋଟେଲରୁ ପାର୍ସଲ ନେଇପାରିବେ
  • କାଟାଗୋରୀ ‘ବି’ରେ ସାପ୍ତାହିକ ଏବଂ ଦୈନିକ ହାଟ ବନ୍ଦ ରହିବ

Comment