ଓଡ଼ିଶାଲାଇଭ୍ ବ୍ୟୁରୋ

ପାରଳାଖେୁମଣ୍ଡି ଏସିଏଫଙ୍କ ମୃତ୍ୟୁ ଘଟଣାରେ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି। କେତେବେଳେ ବୋହୂ ବିଦ୍ୟାଭାରତୀଙ୍କ ଉପରେ ହତ୍ୟାର ଅଭିଯୋଗ ଆଣୁଛନ୍ତି, ତ ପୁଣି କେତେବେଳେ ପୁଅର ମୃତ୍ୟୁକୁ ନେଇ ଡିଏଫଓ ଓ ରୋଷେୟାଙ୍କ ଲାଏ ଡିଟେକସନ୍ କରିବାକୁ ଦାବି କରୁଛନ୍ତି ପରିବାର ଲୋକ। ଏନେଇ ଆଜି ମୃତ୍ୟୁର ରହସ୍ୟ ଖୋଜିବାକୁ ପାରଳାଖେମୁଣ୍ଡିରେ କ୍ରାଇମବ୍ରାଞ୍ଚର ୪ଜଣିଆ ଟିମ୍‌ ପହଞ୍ଚିଛନ୍ତି। କ୍ରାଇମବ୍ରାଞ୍ଚ ଡିଏସ୍‌ପି ବିଜୟ ମଲ୍ଲିକଙ୍କ ନେତୃତ୍ଵରେ ଏହି ଟିମ୍ ଗଠନ କରାଯାଇଛି।

“ଏଯାଏଁ ମାମଲାକୁ କ୍ରାଇବ୍ରାଞ୍ଚ ହାତକୁ ନେଇନି, କେବଳ ପୋଲିସକୁ ତଦନ୍ତରେ ସହଯୋଗ କରିବ କ୍ରାଇମବ୍ରାଞ୍ଚ ଟିମ୍। ଜଣେ ଡିଏସପିଙ୍କ ନେତୃତ୍ଵରେ ୪ଜଣ ରହିଛନ୍ତି”, କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା।

ସୋମବାର ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚି ହତ୍ୟାକାରୀକୁ ଧରିବା ପାଇଁ କ୍ରାଇମବ୍ରାଞ୍ଚ ତଦନ୍ତ କରାଯାଉ ବୋଲି ଦାବି କରିଥିଲେ।

ଅନ୍ୟପଟେ ଖଇରା ଥାନା ଅଧିକାରୀଙ୍କ ଦ୍ୱାରା ଗଠିତ ଏକ ଟିମ୍‌ ଓ ପାରଳାଖେମୁଣ୍ଡିର ୬ଜଣିଆ ତଦନ୍ତକାରୀ ଟିମ୍‌ ଖଇରା ଥାନା ନୟାଖଣ୍ଡି ପଞ୍ଚାୟତର ବେଗୁନିଆ ଗ୍ରାମରେ ପହଞ୍ଚି ସୌମ୍ୟରଞ୍ଜନଙ୍କ ପରିବାର ଲୋକଙ୍କୁ ଜେରା କରିଛନ୍ତି। ପ୍ରାୟ ୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ପଚରାଉଚରା କରି, ସେମାନଙ୍କ ବୟାନ ରେକର୍ଡ କରିଛନ୍ତି। ସେହିପରି ମୟୂରଭଞ୍ଜ ସ୍ଥିତ କପ୍ତିପଦା ବ୍ଲକ ଗୌଡ଼ ଗାଁରେ ପହଞ୍ଚି ପତ୍ନୀ ବିଦ୍ୟାଭାରତୀଙ୍କ ସମେତ ତାଙ୍କ ବାପା ଏବଂ ମା’ଙ୍କ ବୟାନ ମଧ୍ୟ ରେକର୍ଡ କରିଛନ୍ତି।

Comment