ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ମହିଳା ବକ୍ସର ମେରିକମ୍‌ଙ୍କ ଅଲିମ୍ପିକ୍ସ ଯାତ୍ରା ଶେଷ ହୋଇଛି। ଟୋକିଓ ଅଲିମ୍ପିକ୍ସର ପ୍ରି କ୍ଵାଟର ଫାଇନାଲରେ ସେ କଲମ୍ବିଆର ବକ୍ସର ଇନଗ୍ରିଟ୍ ଭାଲେନ୍ସିଆଙ୍କଠାରୁ ପରାସ୍ତ ହୋଇଛନ୍ତି। ମେରିକମ୍‌ଙ୍କ ଏହି ପରାଜୟରେ ଭାରତକୁ ଲାଗିଛି ବଡ଼ ଝଟକା।

ଗୁରୁବାର ମେରିକମ୍ ଓ ଭାଲେନ୍ସିଆଙ୍କ ମଧ୍ୟରେ ପ୍ରତିଦ୍ଵନ୍ଦ୍ଵିତା ହୋଇଥିଲା। ତେବେ ଶେଷରେ ମେରିକମ୍ ୩-୨ରେ ପରାସ୍ତ ହୋଇଛନ୍ତି। ପୂର୍ବ ମୁକାବିଲାରେ ସେ ଦୁଇଥର ବିଜୟ ହାସଲ କରିଥିଲେ। ଆଜିର ପରାଜୟ ପାଇଁ ସେ କ୍ଵାର୍ଟର ଫାଇନାଲରେ ପ୍ରବେଶ କରିପାରିନାହାନ୍ତି।

୩୮ବର୍ଷୀୟ ଏହି ଭାରତୀୟ ବକ୍ସର ମେରିକମ୍ ୨୦୧୨ରେ ଲଣ୍ଡନ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ। କିନ୍ତୁ ଚଳିତ ବର୍ଷର ଏହି ପରାଜୟ ମେରିକମ୍‌ଙ୍କ ଆଖିରେ ଲୁହ ଆଣି ଦେଇଛି। କାରଣ ଏହି ଅଲିମ୍ପିକ୍ସ ତାଙ୍କ କ୍ୟାରିୟରର ଶେଷ ଅଲିମ୍ପିକ୍ସ ଥିଲା।

Comment