ଓଡ଼ିଶାଲାଇଭ୍ ବ୍ୟୁରୋ

ଟୋକିଓ ଅଲିମ୍ପିକ୍ସର ସେମିଫାଇନାଲ ମୁକାବିଲାରେ ଭାରତୀୟ ପୁରୁଷ ହକି ଦଳ ପରାଜିତ ହୋଇଛି। ବେଲଜିୟମଠାରୁ ୫-୨ରେ ହାରିବାପରେ ଏବେ ଭାରତୀୟ ପୁରୁଷ ହକି ଦଳ ବ୍ରୋଞ୍ଜ ପଦକ ପାଇଁ ଖେଳିବ।

ଦୀର୍ଘ ୪୯ ବର୍ଷ ପରେ ଭାରତୀୟ ପୁରୁଷ ହକି ଦଳ ଅଲିମ୍ପିକ୍ସର ସେମିଫାଇନାଲରେ ପ୍ରବେଶ କରିଥିଲା। କିନ୍ତୁ ଏହି ସୁଯୋଗ ହାତଛଡ଼ା ହେବାପରେ ଏବେ ଦଳ ବୋଞ୍ଜ ପଦକ ପାଇଁ ଖେଳିବ।

ଭାରତୀୟ ପୁରୁଷ ହକି ଦଳର ପରାଜୟ ପରେ ସେମାନଙ୍କ ମନୋବଳ ବଢ଼ାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ଟୁଇଟ କରି କହିଛନ୍ତି, “ହାର-ଜିତ୍ ହେଉଛି ଜୀବନର ଏକ ଅଂଶ। ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛି। ଆଗାମୀ ପ୍ରତିଯୋଗିତା ଏବଂ ସେମାନଙ୍କ ପ୍ରୟାସ ପାଇଁ ଶୁଭକାମନା। ଭାରତ ସର୍ବଦା ତା’ ଖେଳାଳୀଙ୍କ ପାଇଁ ଗର୍ବିତ।”

ସେହିପରି ଅନ୍ୟପଟେ ଦଳକୁ ଉତ୍ସାହିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଟୁଇଟ କରି କହିଛନ୍ତି, “ସେମିଫାଇନାଲରେ ଖୁବ୍ ସାହସିକତାର ସହ ପ୍ରଦର୍ଶନ କରିଛି ଭାରତୀୟ ଟିମ୍। ଖେଳପ୍ରେମୀଙ୍କୁ ଭାରତୀୟ ହକି ଟିମ୍‌ଙ୍କ ଏହି ପ୍ରୟାସ ଉତ୍ସାହିତ କରିଛି। ଆଗାମୀ ପ୍ରତିଯୋଗିତା ପାଇଁ ଶୁଭେଚ୍ଛା।”ଭାରତୀୟ ପୁରୁଷ ହକି ଟିମ୍ ଶେଷଥର ପାଇଁ ମାସ୍କୋ ଅଲିମ୍ପିକ୍ସରେ ସ୍ଵର୍ଣ୍ଣ ପଦକ ଜିତିଥିଲା। କେବଳ ଥରେ ନୁହେଁ ୮ଥର ସ୍ଵର୍ଣ୍ଣ ପଦକ ଜିତି ଦେଶ ପାଇଁ ଗୌରବ ଆଣିଛି ଭାରତୀୟ ଟିମ୍।

Comment