ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା

Monthly Horoscope rasiphalaଏ ମାସର ରାଶିଫଳ। ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି?

ମାସର ଗ୍ରହଚଳନଏହା ସିଂହ ମାସ। ଏ ମାସରେ ରବି ତା୧୬-୦୮-୨୧ ସୋମବାର ରାତ୍ରି ୦୧:୧୭ରେ ସିଂହକୁ ଚଳିବେ। ବୁଧ ତା୨୬-୦୮-୨୧ ଗୁରୁବାର ଦିବା ୧୧:୧୯ରେ କନ୍ୟାକୁ ଚଳିବେ। ଶୁକ୍ର ତା୦୫-୦୯-୨୧ ରବିବାର ରାତ୍ରି ୧୨:୫୦ରେ ତୁଳାକୁ ଚଳିବେ। ମଙ୍ଗଳ ତା୦୫-୦୯-୨୧ ରବିବାର ରାତ୍ରି ୦୩:୫୮ରେ କନ୍ୟାକୁ ଚଳିବେ। ବୃହସ୍ପତି (ବକ୍ରୀ) ତା୧୪-୦୯-୨୧ ମଙ୍ଗଳବାର ଦିବା ୦୨:୨୧ରେ କୁମ୍ଭରୁ ମକରକୁ ଚଳିବେ।

ମାସତତ୍ତ୍ଵ:

ଏ ମାସରେ ଜନ୍ମିତ ବ୍ୟକ୍ତିମାନେ କୁଟିଳ, ହାସ୍ୟପ୍ରିୟ, ଶରଣରକ୍ଷକ, ଗର୍ବୀ, ଅଭିମାନୀ, ତୋଷାମଦପ୍ରିୟ, ଆଡ଼ମ୍ବରପ୍ରିୟ

ହୁଅନ୍ତି। ଏମାନଙ୍କର ଅଭିଳାଷ ଅତି ଉଚ୍ଚ। ଆକାଂକ୍ଷା ସବୁବେଳେ ସମସ୍ତଙ୍କ ଉପରେ ବଡ଼ ହେବା ଓ ନେତୃତ୍ୱ କରିବା। ଏମାନେ ଦୃଢପ୍ରତିଜ୍ଞ ଓ ଅତ୍ୟନ୍ତ କାର୍ଯ୍ୟକ୍ଷମ। ଯାହା ଆରମ୍ଭ କରନ୍ତି ତାକୁ ଶେଷ ନ କରି ତ୍ୟାଗ କରନ୍ତି ନାହିଁ। ଏମାନଙ୍କର ଶରୀର ଉତ୍ତମ, ସୁନ୍ଦର ଓ ସୁଗଠିତ। ଜୀବନୀ ଶକ୍ତି ଖୁବ୍ ଭଲ ଥିବାରୁ ଅତି ଅଳ୍ପ ସମୟ ଏମାନଙ୍କୁ ରୋଗ ହୁଏ।

ପାଣିପାଗ ମାସିକ ରାଷ୍ଟ୍ରଫଳ:

ସହଯୋଗୀ ରାଷ୍ଟ୍ର ସହ ମତଭେଦ, ରପ୍ତାନି ବାଣିଜ୍ୟରେ ଶିଥିଳତା, ପଡ଼ୋଶୀ ଦେଶ ସହ ତିକ୍ତତା, ଶିଶୁ ଓ ନାରୀ ନିର୍ଯାତନା ବୃଦ୍ଧି, ବଜେଟ-ବହିର୍ଭୂତ ବ୍ୟୟବୃଦ୍ଧି, ଯୁଦ୍ଧାସ୍ତ୍ର ପ୍ରସ୍ତୁତି, କୃଷି, ଶିଳ୍ପରେ ପ୍ରଗତି, ଯାନ୍ତ୍ରିକ ଓ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ବୃଦ୍ଧି, ପୋକ ହେତୁ ଶସ୍ୟହାନି, ରୋଗବୃଦ୍ଧି, ଝଡ଼ବର୍ଷା, ବନ୍ୟା, ଦୁର୍ଘଟଣା ହେତୁ ପ୍ରଜାକଷ୍ଟ ସୂଚନା। ଅଗଷ୍ଟ ୧୬, ୧୭, ୨୧, ୨୨, ୨୩, ୨୬, ୨୭ ଓ ସେପ୍ଟେମ୍ବର ୪, ୫, ୧୩, ୧୪ରେ ଝଡ଼ବର୍ଷାର ସୂଚନା ମିଳେ।rasifalaମେଷ: ଅନ୍ତର୍ଜ୍ଞାନ ଓ ସୃଜନ ଶକ୍ତିର ବିକାଶ ଘଟିବ। କର୍ମରେ ବୁଦ୍ଧି ପ୍ରୟୋଗଦ୍ୱାରା ସଫଳତା ହାସଲ କରିବେ। ବ୍ୟବସାୟରେ ପୁଞ୍ଜି ଲଗାଣର ଉପଯୁକ୍ତ ସମୟ। ରୋଜଗାରରେ ନୂତନ ସୁଯୋଗ ସୃଷ୍ଟି ହେବ। ପୂର୍ବରୁ କରିଥିବା ଋଣ ପରିଶୋଧ କରିପାରିବେ। ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ପତିପତ୍ନୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ବୁଧଙ୍କ ଯୋଗୁ ପାରିବାରିକ ସୁଖଶାନ୍ତି ନଷ୍ଟ ହୋଇପାରେ। ବ୍ୟବସାୟ-ବାଣିଜ୍ୟରେ କ୍ଷତି ତଥା ଆର୍ଥିକ ହାନି ସୂଚିତ ହୁଏ। ଭାଇବନ୍ଧୁଙ୍କ ସହ ବିରୋଧ ଦେଖାଦେଇପାରେ। ରୋଗ, ଶୋକ, ଭୟ, ଶାରୀରିକ କଷ୍ଟ, ବନ୍ଧୁ ବିୟୋଗ, ଶତ୍ରୁପୀଡା ଆଦି ଦେଖାଦେଇପାରେ। ଶୁକ୍ରଙ୍କ ଯୋଗୁ ଅଶୁଭ ଫଳର ସୂଚନା ମିଳେ। ରୋଗ, ଶୋକ, କାର୍ଯ୍ୟହାନି, ବଡ ବିପଦ ଓ ସ୍ଵାମୀ ବା ସ୍ତ୍ରୀ ସହ ବିରୋଧ ତଥା ଶରୀରପୀଡା ଦେଖାଦେଇପାରେ। ମଙ୍ଗଳଙ୍କ ଯୋଗୁ ଆର୍ଥିକ କ୍ଷତି ହେବା ସହ ସ୍ଵାସ୍ଥ୍ୟ ଖରାପ ହୋଇପାରେ। ବିଦେଶରେ କଷ୍ଟ ପାଇବେ। ବନ୍ଧୁବର୍ଗରେ କଳହ ଓ ମନାନ୍ତର ସୃଷ୍ଟି ହେବ।

ମହିଳାମାନେ ରକ୍ଷଣଶୀଳା ହେବେ। ଛାତ୍ରଛାତ୍ରୀମାନେ ପଢ଼ାପଢ଼ିରେ ମନୋନିବେଶ କରିବେ।

ପ୍ରତିକାର – ହନୁମାନ ଚାଳିଶା ପଠନ କିମ୍ବା ‘ଓଁ ଅଂ ଅଙ୍ଗାରକାୟ ନମଃ’ ଦୈନିକ ୧୦୮ ଥର ଜପ।

ସତର୍କତା ଦିବସ: ଅଗଷ୍ଟ ୧୭, ୨୭, ୨୮, ସେପ୍ଟେମ୍ବର ୧୨, ୧୩।rasifalaବୃଷ: ମାନସିକ ତଥା ପାରିବାରିକ ଅଶାନ୍ତି ଲାଗିରହିବ। ବାଣିଜ୍ୟ-ବ୍ୟବସାୟରେ ପ୍ରତିକୂଳତା ଆସିପାରେ। ଅଂଶୀଦାରୀ ବ୍ୟବସାୟରେ ମନୋମାଳିନ୍ୟ ଉପୁଜିବ। ଦୁର୍ଘଟଣାଗ୍ରସ୍ତ ହୋଇ ପାରନ୍ତି। ରୋଗ ଉପଶମ ହେବ। କର୍ମକ୍ଷେତ୍ରରେ ଅବସାବଧାନତା ହେତୁ ଅପାମାନିତ ହେବେ। ବୁଧଙ୍କ ଯୋଗୁ ବ୍ୟବସାୟ-ବାଣିଜ୍ୟରେ ଲାଭ ମିଳିବ। ଭାଗ୍ୟୋଦୟ ହେବ। ପରିବାରରେ ସୁଖ-ପ୍ରୀତି ବୃଦ୍ଧି ପାଇବ। ମନକୁ ଆନନ୍ଦ ମିଳିବ। ଆର୍ଥିକ ଲାଭ ସହ ସମ୍ପତ୍ତି ବୃଦ୍ଧି ହେବ। ଶୁକ୍ରଙ୍କ ଯୋଗୁ ଆତ୍ମୀୟ-ସ୍ଵଜନଙ୍କ ସହ ମିଳନ, ବନ୍ଧୁମିଳନ ଏବଂ ପରିବାରରେ ସୁଖଶାନ୍ତି ପ୍ରାପ୍ତି ହେବ। ମଙ୍ଗଳଙ୍କ ଯୋଗୁ ଶତ୍ରୁ ବୃଦ୍ଧି ପାଇବେ। ସ୍ଵାସ୍ଥ୍ୟ ଖରାପ ହୋଇପାରେ। ବିଦେଶରେ କଷ୍ଟ ପାଇବେ। ବନ୍ଧୁବର୍ଗରେ କଳହ ଓ ମନାନ୍ତର ସୃଷ୍ଟି ହେବ।

ମହିଳାମାନେ କର୍ମତତ୍ପର ହେବେ ଏବଂ ଛାତ୍ରଛାତ୍ରୀମାନେ ଉତ୍ତମ ଫଳ ପ୍ରଦର୍ଶନ କରିବେ।

ପ୍ରତିକାର – ମହାଲକ୍ଷ୍ମୀଙ୍କ ଉପାସନା କିମ୍ବା ‘ଓଁ ଶୁଂ ଶୁକ୍ରାୟ ନମଃ’ ଦୈନିକ ୧୦୮ ଥର ଜପ।

ସତର୍କତା ଦିବସ: ଅଗଷ୍ଟ ୧୮, ୧୯, ସେପ୍ଟେମ୍ବର ୮, ୧୪, ୧୫, ୧୬।rasifalaମିଥୁନ: ପୈତୃକ ସଂପତ୍ତିକୁ ନେଇ ଦୁଇଜଣଙ୍କ ବିବାଦରେ ତୃତୀୟ ବ୍ୟକ୍ତି ଲାଭବାନ ହେବେ। ଭାତୃବିବାଦ ଉପୁଜିବ। ମାନସିକ ପ୍ରଫୁଲ୍ଲତା ଓ ବିଳାସବ୍ୟସନରେ ଜୀବନ ନିର୍ବାହ କରିବେ। ପେଡୋଶୀମାନେ ଅସହିଷ୍ଣୁତା ପ୍ରକାଶ କରିବେ। ବ୍ୟବସାୟରେ ମଧ୍ୟମ ଧରଣର ଲାଭ ପାଇବେ। କର୍ମଜୀବୀମାନେ କର୍ମପ୍ରବଣତା ଦେଖାଇବେ। ସ୍ଵାସ୍ଥ୍ୟ ସାଧାରଣତଃ ଉତ୍ତମ ରହିବ। ବୁଧଙ୍କ ଯୋଗୁ ପାରିବାରିକ ସୁଖଶାନ୍ତି ନଷ୍ଟ ହୋଇପାରେ। ବ୍ୟବସାୟ-ବାଣିଜ୍ୟରେ କ୍ଷତି ତଥା ଆର୍ଥିକ ହାନି ସୂଚିତ ହୁଏ। ଭାଇବନ୍ଧୁଙ୍କ ସହ ବିରୋଧ ଦେଖାଦେଇପାରେ। ରୋଗ, ଶୋକ, ଭୟ, ଶାରୀରିକ କଷ୍ଟ, ବନ୍ଧୁ ବିୟୋଗ, ଶତ୍ରୁପୀଡା ଆଦି ଦେଖାଦେଇପାରେ। ଶୁକ୍ରଙ୍କ ଯୋଗୁ ଆତ୍ମୀୟ-ସ୍ଵଜନଙ୍କ ସହ ମିଳନ, ବନ୍ଧୁମିଳନ ଏବଂ ପରିବାରରେ ସୁଖଶାନ୍ତି ପ୍ରାପ୍ତି ହେବ। ମଙ୍ଗଳଙ୍କ ଯୋଗୁ ଆର୍ଥିକ ଲାଭ ତଥା ଭୂମି, ସୁନା, ବସ୍ତ୍ର ଆଦି ଲାଭ ହେବ। ଶତ୍ରୁମାନେ ପରାଜିତ ହେବେ। ସରକାରୀ ସହାୟତା ପାଇବେ ବା ଉଚ୍ଚପଦସ୍ଥ ଅଧିକାରୀଙ୍କ ଅନୁକମ୍ପା ହାସଲ କରିବେ। ସ୍ଵାସ୍ଥ୍ୟ ଭଲ ରହିବ ଓ ସୁଖସମୃଦ୍ଧି ବୃଦ୍ଧି ପାଇବ।

ମହିଳାମାନେ ପରିବାରରେ ପ୍ରଶଂସିତ ହେବେ। ବିଦ୍ୟାର୍ଥୀମାନେ ଉତ୍ତମ ଫଳ ପାଇବେ।

ପ୍ରତିକାର – ବିଷ୍ଣୁ ସହସ୍ରନାମ ଜପ କିମ୍ବା ‘ଓଁ ବୁଂ ବୁଧାୟ ନମଃ’ ଦୈନିକ ୧୦୮ ଥର ଜପ।

ସତର୍କତା ଦିବସ: ଅଗଷ୍ଟ ୨୦, ୨୧, ୨୨, ୨୩, ୨୪, ସେପ୍ଟେମ୍ବର ୧୬।rasifalaକର୍କଟ: ନେତ୍ରପୀଡା ଅନୁଭବ କରିବେ। ଉଦର ରୋଗରେ ଆକ୍ରାନ୍ତ ହେବେ। ଭୟ ବୃଦ୍ଧି ପାଇବ। ଇନ୍ଦ୍ରିୟ ସଂଯମକୁ ଅଣଦେଖା କରନ୍ତୁ ନାହିଁ। ଧନପ୍ରାପ୍ତିର ଯୋଗ ଅଛି। ବ୍ୟବସାୟରେ ଉନ୍ନତି କରିବେ। ପତିପତ୍ନୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ବୁଧଙ୍କ ଯୋଗୁ ବ୍ୟବସାୟ-ବାଣିଜ୍ୟରେ ଲାଭ ମିଳିବ। ଭାଗ୍ୟୋଦୟ ହେବ। ପରିବାରରେ ସୁଖ-ପ୍ରୀତି ବୃଦ୍ଧି ପାଇବ। ମନକୁ ଆନନ୍ଦ ମିଳିବ। ଆର୍ଥିକ ଲାଭ ସହ ସମ୍ପତ୍ତି ବୃଦ୍ଧି ହେବ। ଶୁକ୍ରଙ୍କ ଯୋଗୁ ଆତ୍ମୀୟ-ସ୍ଵଜନଙ୍କ ସହ ମିଳନ, ବନ୍ଧୁମିଳନ ଏବଂ ପରିବାରରେ ସୁଖଶାନ୍ତି ପ୍ରାପ୍ତି ହେବ। ମଙ୍ଗଳଙ୍କ ଯୋଗୁ ବ୍ୟବସାୟରେ କ୍ଷତି ସହ ସ୍ଵାସ୍ଥ୍ୟ ଖରାପ ହୋଇପାରେ। ବିଦେଶରେ କଷ୍ଟ ପାଇବେ। ବନ୍ଧୁବର୍ଗରେ କଳହ ଓ ମନାନ୍ତର ସୃଷ୍ଟି ହେବ।

ମହିଳାମାନେ ବନ୍ଧୁପରିଜନଙ୍କଠାରୁ ପ୍ରଶଂସିତ ହେବେ। ଛାତ୍ରଛାତ୍ରୀମାନେ ପଢ଼ାପଢ଼ିରେ ନିରନ୍ତର ମନ ଦେବେ।

ପ୍ରତିକାର – ‘ଓଁ ସୋଂ ସୋମାୟ ନମଃ’ ଦୈନିକ ୧୦୮ ଥର ଜପ।

ସତର୍କତା ଦିବସ: ଅଗଷ୍ଟ ୨୨, ୨୩, ୨୪, ସେପ୍ଟେମ୍ବର ୬, ୭।rasifalaସିଂହ: ଚାକିରି କ୍ଷେତ୍ରରେ ସ୍ଥାନ ପରିବର୍ତ୍ତନର ଯୋଗ ଅଛି। ବ୍ୟବସାୟରେ ଉତ୍ତମ ଜ୍ଞାନକୌଶଳ ପ୍ରୟୋଗ କରିବେ। ଅପ୍ରତ୍ୟାଶିତ ସଂପତ୍ତି ପ୍ରାପ୍ତିର ଯୋଗ ଅଛି। ହଠାତ ଉପୁଜିଥିବା କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ। ପ୍ରେମସଂପର୍କ ବିଫଳ ହୋଇପାରେ। ସ୍ଵାସ୍ଥ୍ୟ ଆପାତତଃ ଭଲ ରହିବ। ବୁଧଙ୍କ ଯୋଗୁ ପାରିବାରିକ ସୁଖଶାନ୍ତି ନଷ୍ଟ ହୋଇପାରେ। ବ୍ୟବସାୟ-ବାଣିଜ୍ୟରେ କ୍ଷତି ତଥା ଆର୍ଥିକ ହାନି ସୂଚିତ ହୁଏ। ଭାଇବନ୍ଧୁଙ୍କ ସହ ବିରୋଧ ଦେଖାଦେଇପାରେ। ରୋଗ, ଶୋକ, ଭୟ, ଶାରୀରିକ କଷ୍ଟ, ବନ୍ଧୁ ବିୟୋଗ, ଶତ୍ରୁପୀଡା ଆଦି ଦେଖାଦେଇପାରେ। ଶୁକ୍ରଙ୍କ ଯୋଗୁ ଆତ୍ମୀୟ-ସ୍ଵଜନଙ୍କ ସହ ମିଳନ, ବନ୍ଧୁମିଳନ ଏବଂ ପରିବାରରେ ସୁଖଶାନ୍ତି ପ୍ରାପ୍ତି ହେବ। ମଙ୍ଗଳଙ୍କ ଯୋଗୁ ସ୍ଵାସ୍ଥ୍ୟ ଖରାପ ହୋଇପାରେ। ବିଦେଶରେ କଷ୍ଟ ପାଇବେ। ବନ୍ଧୁବର୍ଗରେ କଳହ ଓ ମନାନ୍ତର ସୃଷ୍ଟି ହେବ। ଶତ୍ରୁମାନଙ୍କଠାରୁ ଭୟ ପାଇବେ।

ମହିଳାମାନେ ଅଧିକ ପରିଶ୍ରମ କରିବେ। ଛାତ୍ରଛାତ୍ରୀମାନେ ମଧ୍ୟମ ଫଳ ଲାଭ କରିବେ।

ପ୍ରତିକାର – ‘ଓଁ ଘୃଣି ସୂର୍ଯ୍ୟାୟ ନମଃ’ ଦୈନିକ ୧୦୮ ଥର ଜପ।

ସତର୍କତା ଦିବସ: ଅଗଷ୍ଟ ୨୦, ୨୧, ୨୪, ୨୫, ୨୬, ସେପ୍ଟେମ୍ବର ୧୬।rasifalaକନ୍ୟା: ଜମିଜମାକୁ ନେଇ ଶତ୍ରୁ ଉପୁଜିବେ, ମନରେ ଉଦ୍‌ବେଗ ରହିବ, ଉପରିସ୍ଥ କର୍ମଚାରୀଙ୍କ ସହିତ ବଚସା ଲାଗିପାରେ, ଧର୍ମ ଭାବନାରୁ ମନ ଦୂରେଇବ। ଶାରୀରିକ କଷ୍ଟ ଅନୁଭବ କରିବେ। ବନ୍ଧୁ ସହଯୋଗ ମିଳିପାରେ। ପାରିବାରିକ ମନୋମାଳିନ୍ୟ ଦେଖାଦେବ। ସନ୍ତାନସନ୍ତତିଙ୍କ ସ୍ଵାସ୍ଥ୍ୟକୁ ନେଇ ଚିନ୍ତା ବଢ଼ିବ। ଆର୍ଥିକ ସମସ୍ୟା ଚିନ୍ତାର କାରଣ ହେବ। ବୁଧଙ୍କ ଯୋଗୁ ପାରିବାରିକ ସୁଖଶାନ୍ତି ନଷ୍ଟ ହୋଇପାରେ। ବ୍ୟବସାୟ-ବାଣିଜ୍ୟରେ କ୍ଷତି ତଥା ଅଯଥା ବ୍ୟୟ ଓ ଆର୍ଥିକ ହାନି ସୂଚିତ ହୁଏ। ଭାଇବନ୍ଧୁଙ୍କ ସହ ବିରୋଧ ଦେଖାଦେଇପାରେ। ରୋଗ, ଶୋକ, ଭୟ, ଶାରୀରିକ କଷ୍ଟ, ବନ୍ଧୁ ବିୟୋଗ, ଶତ୍ରୁପୀଡା ଆଦି ଦେଖାଦେଇପାରେ। ଶୁକ୍ରଙ୍କ ଯୋଗୁ ଆତ୍ମୀୟ-ସ୍ଵଜନଙ୍କ ସହ ମିଳନ, ବନ୍ଧୁମିଳନ ଏବଂ ପରିବାରରେ ସୁଖଶାନ୍ତି ପ୍ରାପ୍ତି ହେବ। ମଙ୍ଗଳଙ୍କ ଯୋଗୁ ଖର୍ଚ୍ଚ ବଢିବ। ବିଶେଷତଃ ସ୍ଵାସ୍ଥ୍ୟ ପାଇଁ ଖର୍ଚ୍ଚ କରିବାକୁ ପଡିପାରେ। ବିଦେଶରେ କଷ୍ଟ ପାଇବେ। ବନ୍ଧୁବର୍ଗରେ କଳହ ଓ ମନାନ୍ତର ସୃଷ୍ଟି ହେବ।

ମହିଳାମାନେ ଧର୍ମପରାୟଣା ହେବେ। ଛାତ୍ରଛାତ୍ରୀମାନେ ବିଦ୍ୟାରେ ମନୋନିବେଶ କରି କୃତିତ୍ୱ ହାସଲ କରିବେ।

ପ୍ରତିକାର – ବିଷ୍ଣୁ ସହସ୍ରନାମ ଜପ କିମ୍ବା ‘ଓଁ ବୁଂ ବୁଧାୟ ନମଃ’ ଦୈନିକ ୧୦୮ ଥର ଜପ।

ସତର୍କତା ଦିବସ: ଅଗଷ୍ଟ ୨୭, ୨୮, ସେପ୍ଟେମ୍ବର ୧, ୨।rasifalaତୁଳା: ବ୍ୟବସାୟ ବାଣିଜ୍ୟ ଓ ଶିଳ୍ପୋଦ୍ୟୋଗରେ ପୁଞ୍ଜିନିବେଶ କରିବାର ସୁଯୋଗ ମିଳିବ। ମୁଖ୍ୟ ଆୟକୁ ଛାଡି ଅନ୍ୟ ମାଧ୍ୟମରୁ ଅର୍ଥପାର୍ଜନ କରିବାର କୌଶଳ ଆପଣେଇବେ। ବ୍ୟବସାୟରେ ଉନ୍ନତି ଲାଭ କରିବେ। ଭାବପ୍ରବଣତା ପ୍ରକାଶ ପାଇବ। ଅଳ୍ପ ପରିଶ୍ରମ କରି ଅଧିକ ଧନ ପାଇବାର ଆଶା ଦେଖାଯିବ। ଅବିବାହିତମାନଙ୍କପାଇଁ ବିବାହ ପ୍ରସ୍ତାବ ସ୍ଥିରୀକୃତ ହେବ। ବୁଧଙ୍କ ଯୋଗୁ ବ୍ୟବସାୟ-ବାଣିଜ୍ୟରେ ଲାଭ ମିଳିବ। ଭାଗ୍ୟୋଦୟ ହେବ। ପରିବାରରେ ସୁଖ-ପ୍ରୀତି ବୃଦ୍ଧି ପାଇବ। ମନକୁ ଆନନ୍ଦ ମିଳିବ। ଆର୍ଥିକ ଲାଭ ସହ ସମ୍ପତ୍ତି ବୃଦ୍ଧି ହେବ। ଶୁକ୍ରଙ୍କ ଯୋଗୁ ଆତ୍ମୀୟ-ସ୍ଵଜନଙ୍କ ସହ ମିଳନ, ବନ୍ଧୁମିଳନ ଏବଂ ପରିବାରରେ ସୁଖଶାନ୍ତି ପ୍ରାପ୍ତି ହେବ। ମଙ୍ଗଳଙ୍କ ଯୋଗୁ ଆର୍ଥିକ ବା ବ୍ୟବସାୟିକ ଲାଭ ସହ ଭୂମି, ସୁନା, ବସ୍ତ୍ର ଆଦି ପ୍ରାପ୍ତି ହେବ। ଶତ୍ରୁମାନେ ପରାଜିତ ହେବେ। ସରକାରୀ ସହାୟତା ପାଇବେ ବା ଉଚ୍ଚପଦସ୍ଥ ଅଧିକାରୀଙ୍କ ଅନୁକମ୍ପା ହାସଲ କରିବେ। ସ୍ଵାସ୍ଥ୍ୟ ଭଲ ରହିବ ଓ ସୁଖସମୃଦ୍ଧି ବୃଦ୍ଧି ପାଇବ।

ମହିଳାମାନେ ବନ୍ଧୁପରିଜନମାନଙ୍କର ପ୍ରିୟଭାଜନ ହେବେ। ଛାତ୍ରଛାତ୍ରୀମାନେ ଶୃଙ୍ଖଳିତ ହେବେ।

ପ୍ରତିକାର – ‘ଓଁ ଶୁଂ ଶୁକ୍ରାୟ ନମଃ’ ଦୈନିକ ୧୦୮ ଥର ଜପ।

ସତର୍କତା ଦିବସ: ଅଗଷ୍ଟ ୧୮, ୧୯, ୨୯, ୩୦, ୩୧, ସେପ୍ଟେମ୍ବର ୧୪, ୧୫, ୧୬।rasifalaବିଛା: ପାରିବାରିକ ଅସ୍ଵାସ୍ଥ୍ୟକର ପରିସ୍ଥିତିକୁ ନେଇ ଚିନ୍ତାଗ୍ରସ୍ତ ରହିବେ, ଅପ୍ରତ୍ୟାଶିତ ସଂପତ୍ତି ମିଳିବାର ସୂଚନା ଅଛି। କର୍ମକ୍ଷେତ୍ରରେ ସଂଯମ ଅବଲମ୍ବନ କରନ୍ତୁ। ବ୍ୟବସାୟୀମାନେ ନୂତନ ବ୍ୟବସାୟ କରିବାର ଆଶା ମଉଳିବ। ଧର୍ମ ମନୋଭାବଦ୍ୱାରା ପରିଜନମାନଙ୍କଠାରେ ପ୍ରିୟଭାଜନ ହେବେ। ବୁଧଙ୍କ ଯୋଗୁ ବ୍ୟବସାୟ-ବାଣିଜ୍ୟରେ ଲାଭ ମିଳିବ। ଭାଗ୍ୟୋଦୟ ହେବ। ପରିବାରରେ ସୁଖ-ପ୍ରୀତି ବୃଦ୍ଧି ପାଇବ। ମନକୁ ଆନନ୍ଦ ମିଳିବ। ଆର୍ଥିକ ଲାଭ ସହ ସମ୍ପତ୍ତି ବୃଦ୍ଧି ହେବ। ଶୁକ୍ରଙ୍କ ଯୋଗୁ ଆତ୍ମୀୟ-ସ୍ଵଜନଙ୍କ ସହ ମିଳନ, ବନ୍ଧୁମିଳନ ଏବଂ ପରିବାରରେ ସୁଖଶାନ୍ତି ପ୍ରାପ୍ତି ହେବ। ମଙ୍ଗଳଙ୍କ ଯୋଗୁ ସ୍ଵାସ୍ଥ୍ୟ ଖରାପ ହୋଇପାରେ। ବିଦେଶରେ କଷ୍ଟ ପାଇବେ। ବନ୍ଧୁବର୍ଗରେ କଳହ ଓ ମନାନ୍ତର ସୃଷ୍ଟି ହେବ।

ମହିଳାମାନେ ପରିବାରରେ ପୁଷ୍ଟି ସାଧନପାଇଁ ଉଦ୍‌ଯୋଗ କରିବେ। ବିଦ୍ୟାର୍ଥୀମାନେ ପଢ଼ାପଢ଼ିରେ ମନୋନିବେଶ କରିବେ।

ପ୍ରତିକାର – ହନୁମାନ ଚାଳିଶା ପଠନ କିମ୍ବା ‘ଓଁ ଅଂ ଅଙ୍ଗାରକାୟ ନମଃ’ ଦୈନିକ ୧୦୮ ଥର ଜପ।

ସତର୍କତା ଦିବସ: ଅଗଷ୍ଟ ୨୯, ୩୦, ୩୧, ସେପ୍ଟେମ୍ବର ୧, ୨।rasifalaଧନୁ: ସ୍ଵାସ୍ଥ୍ୟଗତ ସମସ୍ୟାକୁ ନେଇ ଚିନ୍ତିତ ରହିବେ। ଆର୍ଥିକ ସମସ୍ୟା କିଛିମାତ୍ରାରେ ଲାଘବ ହେବ। ଜମି କିଣାବିକା ବ୍ୟବସାୟରେ ଲାଭବାନ ହେବେ। ବିଦେଶ ଗମନର ସୂଚନା ମିଳେ। ଜଳଜାତ ଦ୍ରବ୍ୟ ବ୍ୟବସାୟରୁ ଲାଭବାନ ହେବେ। କର୍ମକ୍ଷେତ୍ରରେ ମହିଳା ସହକର୍ମୀଙ୍କଦ୍ୱାରା ପ୍ରଶଂସିତ ହେବେ। ଦ୍ୱିତୀୟାର୍ଦ୍ଧରେ ପଦୋନ୍ନତିର ସୂଚନା ମିଳେ, ବନ୍ଧୁପରିଜନଙ୍କ ସାହାଯ୍ୟ ମିଳିବ। ସନ୍ତାନସନ୍ତତିଙ୍କ ସ୍ଵାସ୍ଥ୍ୟରେ ଉନ୍ନତି ହେବ। ବୁଧଙ୍କ ଯୋଗୁ ପାରିବାରିକ ସୁଖଶାନ୍ତି ନଷ୍ଟ ହୋଇପାରେ। ବ୍ୟବସାୟ-ବାଣିଜ୍ୟରେ କ୍ଷତି ତଥା ଆର୍ଥିକ ହାନି ସୂଚିତ ହୁଏ। ଭାଇବନ୍ଧୁଙ୍କ ସହ ବିରୋଧ ଦେଖାଦେଇପାରେ। ରୋଗ, ଶୋକ, ଭୟ, ଶାରୀରିକ କଷ୍ଟ, ବନ୍ଧୁ ବିୟୋଗ, ଶତ୍ରୁପୀଡା ଆଦି ଦେଖାଦେଇପାରେ। ଶୁକ୍ରଙ୍କ ଯୋଗୁଁ ଅଶୁଭ ଫଳର ସୂଚନା ମିଳେ। ରୋଗ, ଶୋକ, କାର୍ଯ୍ୟହାନି, ବଡ଼ ବିପଦ ଓ ସ୍ଵାମୀ ବା ସ୍ତ୍ରୀ ସହ ବିରୋଧ ତଥା ଶରୀରପୀଡା ଦେଖାଦେଇପାରେ। ମଙ୍ଗଳଙ୍କ ଯୋଗୁ ସ୍ଵାସ୍ଥ୍ୟ ଖରାପ ହୋଇପାରେ। ବିଦେଶରେ କଷ୍ଟ ପାଇବେ। ବନ୍ଧୁବର୍ଗରେ କଳହ ଓ ମନାନ୍ତର ସୃଷ୍ଟି ହେବ।

ମହିଳାମାନେ କର୍ମତତ୍ପର ହେବେ। ଛାତ୍ରଛାତ୍ରୀମାନେ ଉତ୍ତମ ଫଳ ପ୍ରଦର୍ଶନ କରିବେ।

ପ୍ରତିକାର – ‘ଓଁ ବୃଂ ବୃହସ୍ପତୟେ ନମଃ’ ଦୈନିକ ୧୦୮ ଥର ଜପ।

ସତର୍କତା ଦିବସ: ଅଗଷ୍ଟ ୨୪, ୨୫, ୨୬, ସେପ୍ଟେମ୍ବର ୩, ୪, ୫।rasifalaମକର: ଭାଇଭଉଣୀଙ୍କଠାରୁ ସହଯୋଗ ମିଳିବ, ପରିବାରରେ ଉତ୍ତମ ବୁଝାମଣାଦ୍ୱାରା ଉନ୍ନତି ଲାଭ କରିବେ, ବାହ୍ୟ ଶତ୍ରୁମାନଙ୍କଠାରୁ ଦୂରେଇ ରହିବା ଭଲ। ଭାଗୀଦାରୀ ବ୍ୟବସାୟଦ୍ୱାରା କିଛିମାତ୍ରାରେ ଲାଭବାନ ହେବେ। କର୍ମକ୍ଷେତ୍ରରେ ଚାପଗ୍ରସ୍ତ ହେବେ। ବିବାହ ଆଦି ଶୁଭକର୍ମରେ ଯୋଗଦେଇ ପାରନ୍ତି। ପତିପତ୍ନୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ, ଦୂର ବନ୍ଧୁଙ୍କଠାରୁ ସହାୟତା ମିଳିବ। ବୁଧଙ୍କ ଯୋଗୁ ବ୍ୟବସାୟ-ବାଣିଜ୍ୟରେ ଲାଭ ମିଳିବ। ଭାଗ୍ୟୋଦୟ ହେବ। ପରିବାରରେ ସୁଖ-ପ୍ରୀତି ବୃଦ୍ଧି ପାଇବ। ମନକୁ ଆନନ୍ଦ ମିଳିବ। ଆର୍ଥିକ ଲାଭ ସହ ସମ୍ପତ୍ତି ବୃଦ୍ଧି ହେବ। ଶୁକ୍ରଙ୍କ ଯୋଗୁ ଆତ୍ମୀୟ-ସ୍ଵଜନଙ୍କ ସହ ମିଳନ, ବନ୍ଧୁମିଳନ ଏବଂ ପରିବାରରେ ସୁଖଶାନ୍ତି ପ୍ରାପ୍ତି ହେବ। ମଙ୍ଗଳଙ୍କ ଯୋଗୁ ସ୍ବାସ୍ଥ୍ୟ ଖରାପ ହୋଇପାରେ। ଶସ୍ତ୍ରଦ୍ଵାରା ବା ଅନ୍ୟ କିଛି ଦ୍ଵାରା ଆଘାତ ପାଇପାରନ୍ତି ବା ଦୁର୍ଘଟଣାଗ୍ରସ୍ତ ହୋଇପାରନ୍ତି। ବିଦେଶରେ କଷ୍ଟ ପାଇବେ। ବନ୍ଧୁବର୍ଗରେ କଳହ ଓ ମନାନ୍ତର ସୃଷ୍ଟି ହେବ।

ମହିଳାମାନେ ପରିବାରରେ ଉକୃଷ୍ଟ ମନୋଭାବ ଜାଗ୍ରତ କରିବେ। ଛାତ୍ରଛାତ୍ରୀମାନେ ବିଶେଷ ଫଳ ପ୍ରଦର୍ଶନ କରିବେ ନାହିଁ।

ପ୍ରତିକାର – ‘ଓଁ ଶଂ ଶନୈଶ୍ଚରାୟ ନମଃ’ ଦୈନିକ ୧୦୮ ଥର ଜପ।

ସତର୍କତା ଦିବସ: ସେପ୍ଟେମ୍ବର ୬, ୭।rasifalaକୁମ୍ଭ: କୌଣସି ଧାତୁ ସମ୍ବନ୍ଧୀୟ ବ୍ୟବସାୟରେ ଉନ୍ନତି ଲାଭ କରିବେ। ପରିବାରରେ ଅଶାନ୍ତି ସୃଷ୍ଟି ହେବାର ସୂଚନା ମିଳେ। କର୍ମକ୍ଷେତ୍ର ଆପଣଙ୍କପାଇଁ ସର୍ବୋତ୍ତମ ପରିସର। ମାତୃସ୍ଥାନୀୟ ମହିଳାଙ୍କ ସ୍ଵାସ୍ଥ୍ୟକୁ ନେଇ ଚିନ୍ତିତ ହେବେ। ଦୂର ସଂପର୍କୀୟ ବନ୍ଧୁଙ୍କଠାରୁ ଆର୍ଥିକ ସମ୍ବନ୍ଧୀୟ ସୁସମ୍ବାଦ ମିଳିବ। ଥଣ୍ଡାଜନିତ ରୋଗରେ ପୀଡିତ ହେବେ। ବୁଧଙ୍କ ଯୋଗୁ ପାରିବାରିକ ସୁଖଶାନ୍ତି ନଷ୍ଟ ହୋଇପାରେ। ବ୍ୟବସାୟ-ବାଣିଜ୍ୟରେ କ୍ଷତି ତଥା ଆର୍ଥିକ ହାନି ସୂଚିତ ହୁଏ। ଭାଇବନ୍ଧୁଙ୍କ ସହ ବିରୋଧ ଦେଖାଦେଇପାରେ। ରୋଗ, ଶୋକ, ଭୟ, ଶାରୀରିକ କଷ୍ଟ, ବନ୍ଧୁ ବିୟୋଗ, ଶତ୍ରୁପୀଡା ଆଦି ଦେଖାଦେଇପାରେ। ଶୁକ୍ରଙ୍କ ଯୋଗୁ ଆତ୍ମୀୟ-ସ୍ଵଜନଙ୍କ ସହ ମିଳନ, ବନ୍ଧୁମିଳନ ଏବଂ ପରିବାରରେ ସୁଖଶାନ୍ତି ପ୍ରାପ୍ତି ହେବ। ମଙ୍ଗଳଙ୍କ ଯୋଗୁ ଆର୍ଥିକ କ୍ଷତି ସହ ସ୍ଵାସ୍ଥ୍ୟ ଖରାପ ହୋଇପାରେ। ବିଦେଶରେ କଷ୍ଟ ପାଇବେ। ବନ୍ଧୁବର୍ଗରେ କଳହ ଓ ମନାନ୍ତର ସୃଷ୍ଟି ହେବ।

ପରିବାରରେ ମହିଳାମାନଙ୍କର କିଛିମାତ୍ରାରେ ସ୍ଵାସ୍ଥ୍ୟର ଅବନତି ହେବ। ମାସର ଶେଷାର୍ଦ୍ଧକୁ ଶୁଭଫଳ ମିଳିବ। ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଉତ୍ତମ ଫଳ ପ୍ରଦର୍ଶନ କରିବେ।

ପ୍ରତିକାର – ‘ଓଁ ଶଂ ଶନୈଶ୍ଚରାୟ ନମଃ’ ଦୈନିକ ୧୦୮ ଥର ଜପ।

ସତର୍କତା ଦିବସ: ଅଗଷ୍ଟ ୧୮, ୧୯, ସେପ୍ଟେମ୍ବର ୮, ୧୪, ୧୫, ୧୬।rasifalaମୀନ: ପୁରାତନ ରୋଗ ଉପଶମ ହେବ, ଦୁଃଖକ୍ଳେଶର ଅବସାନ ହେବ, ଧନପୁତ୍ରାଦି ଲାଭ ହେବ, ସୁଖସମ୍ମାନ ପ୍ରାପ୍ତି ଯୋଗ, ଚାକିରିରେ ପଦୋନ୍ନତି ସୁଯୋଗ ଅଛି, କାମ କରିବାର ଉତ୍ସାହ ବଢିବ। ମାନସିକ ଚଞ୍ଚଳତା ଥିଲେ ମଧ୍ୟ ବ୍ୟବସାୟରେ ଲାଭବାନ ହେବେ। ବୁଧଙ୍କ ଯୋଗୁ ବ୍ୟବସାୟ-ବାଣିଜ୍ୟରେ ଲାଭ ମିଳିବ। ଭାଗ୍ୟୋଦୟ ହେବ। ପରିବାରରେ ସୁଖ-ପ୍ରୀତି ବୃଦ୍ଧି ପାଇବ। ମନକୁ ଆନନ୍ଦ ମିଳିବ। ଆର୍ଥିକ ଲାଭ ସହ ସମ୍ପତ୍ତି ବୃଦ୍ଧି ହେବ। କର୍ମକ୍ଷେତ୍ରରେ ସ୍ଥିରତା ଦେଖିବାକୁ ମିଳିବ। ଶୁକ୍ରଙ୍କ ଯୋଗୁ ଅଶୁଭ ଫଳର ସୂଚନା ମିଳେ। ରୋଗ, ଶୋକ, କାର୍ଯ୍ୟହାନି, ବଡ ବିପଦ ଓ ସ୍ଵାମୀ ବା ସ୍ତ୍ରୀ ସହ ବିରୋଧ ତଥା ଶରୀରପୀଡା ଦେଖାଦେଇପାରେ। ମଙ୍ଗଳଙ୍କ ଯୋଗୁ ଆର୍ଥିକ ଲାଭ ସହ ଭୂମି, ସୁନା, ବସ୍ତ୍ର ଆଦି ପ୍ରାପ୍ତି ହେବ। ଶତ୍ରୁମାନେ ପରାଜିତ ହେବେ। ସରକାରୀ ସହାୟତା ପାଇବେ ବା ଉଚ୍ଚପଦସ୍ଥ ଅଧିକାରୀଙ୍କ ଅନୁକମ୍ପା ହାସଲ କରିବେ। ସ୍ଵାସ୍ଥ୍ୟ ଭଲ ରହିବ ଓ ସୁଖସମୃଦ୍ଧି ବୃଦ୍ଧି ପାଇବ।

ମହିଳାମାନେ ସହନଶୀଳତା ଭାବ ଜାଗ୍ରତ କରିବେ। ବିଦ୍ୟାର୍ଥୀମାନେ ସଫଳତା ହାସଲ କରିବେ।

ପ୍ରତିକାର – ‘ଓଁ ବୃଂ ବୃହସ୍ପତୟେ ନମଃ’ ଦୈନିକ ୧୦୮ ଥର ଜପ।

ସତର୍କତା ଦିବସ: ଅଗଷ୍ଟ ୨୨, ୨୩, ୨୪, ସେପ୍ଟେମ୍ବର ୧୦, ୧୧।

[ଘୋଷଣା: ମାସିକ ରାଶିଫଳ ମୁଖ୍ୟତଃ ରବିଙ୍କ ସ୍ଥିତିରୁ ବିଚାର କରାଯାଏ। ତାସହ ବୁଧ, ଶୁକ୍ର ମଙ୍ଗଳଙ୍କ ସ୍ଥିତିକୁ ମଧ୍ୟ ବିଚାରକୁ ନିଆଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍ନୁହେଁ। ମାସିକ ରାଶିଫଳରୁ ପାଠକମାନେ ମୁଖ୍ୟତଃ ମାସଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।

Comment