ଓଡ଼ିଶାଲାଇଭ୍ ବ୍ୟୁରୋ

deomali odisha-1

ପର୍ଯ୍ୟଟନ ସ୍ଥଳୀ କ୍ଷେତ୍ରରେ ଓଡ଼ିଶା କୌଣସି ଗୁଣରେ କମ ନୁହେଁ। ସବୁଜିମା ଏବଂ ସୌନ୍ଦର୍ଯ୍ୟରେ ଭରି ରହିଛି ଓଡ଼ିଶା ମାଟି। ସେହିପରି ଓଡ଼ିଶାର ଦେଓମାଳି ପର୍ବତମାଳା ସବୁବେଳେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇ ରହିଥାଏ। ଏଠାରେ ବର୍ଷକର ବାର ମାସ ଲାଗି ରହିଥାଏ ଲୋକଙ୍କ ଭିଡ଼।

କୋରାପୁଟ ଜିଲ୍ଲାର ପଟାଙ୍ଗି ବ୍ଲକ୍ ଅନ୍ତର୍ଗତ କଟିଆ ଗ୍ରାମ ପଞ୍ଚାୟତର ଦୁଧାରି ଗ୍ରାମ ନିକଟରେ ଅବସ୍ଥିତ ଦେଓମାଳି ପର୍ବତମାଳା। ଚନ୍ଦ୍ରଗିରି-ପଟାଙ୍ଗି ପର୍ବତମାଳା ଅନ୍ତର୍ଗତ ଏହି ଦେଓମାଳି ପର୍ବତମାଳା ଓଡ଼ିଶାର ସବୁଠାରୁ ଉଚ୍ଚ ଗିରିଶୃଙ୍ଗ ମଧ୍ୟ। ତେବେ ଏଠାରେ ପର୍ଯ୍ୟଟକମାନେ ବଣଭୋଜି, ପର୍ବତାରୋହଣ ଓ ଟ୍ରେକିଂ ଆଦିର ଆନନ୍ଦ ଉଠାଇପାରିବେ।

deomali odisha-3

ସବୁଜିମାରେ ଭରପୂର ଏହି ସ୍ଥାନରେ ନଦୀ, ନାଳ ତଥା ଗଭୀର ଘାଟି ମଧ୍ୟ ଦେଖିବାକୁ ମିଳେ। ଏହି ପର୍ବତର ଉଚ୍ଚତା ୧୬୭୨ ମିଟର ରହିଛି। ତେବେ ପର୍ବତ ଉପରେ ରହିଛି ଛଅଟି ଶିଖର ଦୃଶ୍ୟ। ଏହିଠାରୁ ପର୍ଯ୍ୟଟକମାନେ ଦେଓମାଳିର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ।

ତେବେ ସବୁ ସମୟରେ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହୁଥିଲେ ମଧ୍ୟ ନଭେମ୍ବର ୧୩ରେ ‘ପରବ’ ପାଳିବାକୁ ଏଠାକୁ ବହୁତ ସଂଖ୍ୟାରେ ଲୋକ ଆସିଥାନ୍ତି ଏବଂ ପାହାଡ଼ ଚଢ଼ିଥାନ୍ତି।

Comment