ଓଡ଼ିଶାଲାଭଇ୍‌ ବ୍ୟୁରୋKonark Festival 2019

  • ଆଜିଠୁ କୋଣାର୍କ ଉତ୍ସବ
  • କୋଣାର୍କ ମୁକ୍ତାକାଶ ମଞ୍ଚରେ ୫ ଦିନ ଧରି ଚାଲିବ ଏହି ଉତ୍ସବ
  • ଓଡ଼ିଶୀ, ଭାରତନାଟ୍ୟମ୍, କୁଚିପୁଡ଼ି ନୃତ୍ୟରେ ଦୁଲୁକିବ ମଞ୍ଚ
  • ଦର୍ଶକଙ୍କୁ ଆକର୍ଷିତ କରିବ ଅନ୍ତର୍ଜାତୀୟ ବାଲୁକାକଳା ମହୋତ୍ସବ

ଡିସେମ୍ବର ୧ରୁ ଆରମ୍ଭ ହୋଇଛି କୋଣାର୍କ ଉତ୍ସବ। କୋଣାର୍କ ମନ୍ଦିର ପରିସରରେ ରହିଥିବା ମୁକ୍ତାକାଶ ମଞ୍ଚରେ ଏହି ଉତ୍ସବ ଆଜିଠୁ ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଜଣାଶୁଣା କଳାକାରମାନେ ଓଡ଼ିଶୀ, କଥକ, କୁଚିପୁଡ଼ି, ଭାରତନାଟ୍ୟମ୍ ନୃତ୍ୟ ପରିବେଷଣ କରି ଉପସ୍ଥିତ ଦର୍ଶକ ଓ ପର୍ଯ୍ୟଟକମାନଙ୍କ ମନ ମୋହିବେ। ପ୍ରତ୍ୟେକ ଦିନ ସନ୍ଧ୍ୟା ୬ଟାରୁ ରାତି ୮ଟା ୩୦ରେ ଯାଏଁ ଏହି କାର୍ଯ୍ୟକ୍ରମ ଚାଲିବ।

ଡିସେମ୍ଵର ୧

କୋଣାର୍କ ଉତ୍ସବର ପ୍ରଥମ ଦିନରେ ପ୍ରଥମ ପର୍ଯ୍ୟାୟରେ ନୂଆଦିଲ୍ଲୀର ଗାନ୍ଧର୍ବ ମହାବିଦ୍ୟାଳୟ ପକ୍ଷରୁ ପଦ୍ମଶ୍ରୀ ମାଧବୀ ମୁଦଗୁଲ ଓ ତାଙ୍କ ଗ୍ରୁପ୍‌ ଓଡ଼ିଶୀ ନୃତ୍ୟ ପରିବେଷଣ କରିବେ। ଦ୍ୱିତୀୟ ପର୍ଯ୍ୟାୟରେ ନୂଆଦିଲ୍ଲୀର ଧ୍ୱନିର ଭାଶ୍ୱତୀ ମିଶ୍ର ଓ ତାଙ୍କ ଗ୍ରୁପ୍‌ ଦ୍ୱାରା କଥକ ପରିବେଷଣ କରାଯିବ।

ଡିସେମ୍ଵର ୨

ଦ୍ୱିତୀୟ ସନ୍ଧ୍ୟାରେ ପ୍ରଥମ ପର୍ଯ୍ୟାୟରେ ଗୌହାଟିର ଅଭିନୟ ଡ୍ୟାନ୍ସ ଏକାଡେମିର ଅନିତା ଶର୍ମା ଓ ତାଙ୍କ ଗ୍ରୁପ୍‌ ଦ୍ୱାରା ଶାସ୍ତ୍ରୀୟ ନୃତ୍ୟ ପରିବେଷଣ ହେବ। ଦ୍ୱିତୀୟ ପର୍ଯ୍ୟାୟରେ ଭୁବନେଶ୍ୱରର ନୂପୁର ପକ୍ଷରୁ ନିରଞ୍ଜନ ରାଉତ ଏବଂ ତାଙ୍କ ଗ୍ରୁପ ଦ୍ଵାରା ଓଡ଼ିଶୀ ନୃତ୍ୟ ପରିବେଷଣ ହେବ।

ଡିସେମ୍ଵର ୩

ତୃତୀୟ ଦିନ ସନ୍ଧ୍ୟାରେ କୋଲକାତା ମୟୂର ଲଳିତ ଡ୍ୟାନ୍ସ ଏକାଡେମି ପକ୍ଷରୁ ଦେବମିତ୍ରା ସେନଗୁପ୍ତା ଓ ତାଙ୍କ ଗ୍ରୁପ୍‌ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷଣ କରାଯିବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଚେନ୍ନାଇର ଦଶ୍ୟମ୍‌ ସେଣ୍ଟର ଫର୍‌ ମୋହିନୀଆଟ୍ଟମ୍‌ର ଗୋପିକା ଶର୍ମା ଓ ତାଙ୍କ ଗ୍ରୁପ୍‌ ଦ୍ୱାରା ମୋହିନୀଆଟ୍ଟମ୍‌ ନୃତ୍ୟ ପରିବେଷଣ କରାଯିବ।

ଡିସେମ୍ଵର ୪

ଚତୁର୍ଥ ସନ୍ଧ୍ୟାରେ ଚେନ୍ନାଇର ସ୍ପନ୍ଦ ଡ୍ୟାନ୍ସ କମ୍ପାନି ପଦ୍ମଶ୍ରୀ ଲୀଳା ସାମ୍‌ସନ ଓ ତାଙ୍କ ଗ୍ରୁପ ଦ୍ଵାରା ଭାରତନାଟ୍ୟମ ନୃତ୍ୟ ପରିବେଷଣ ହେବ। ସେହିପରି ଭୁବନେଶ୍ୱରର ସୁରଭୀ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟରେ ପୀତାମ୍ବର ବିଶ୍ୱାଳ ଏବଂ ତାଙ୍କ ଗ୍ରୁପ ଓଡ଼ିଶୀ ନୃତ୍ୟ ପରିବେଷଣ କରିବେ।

ଡିସେମ୍ଵର ୫

ପଞ୍ଚମ ତଥା ଶେଷ ସନ୍ଧ୍ୟାରେ ଭୁବନେଶ୍ୱରର ଜି.କେ.ସି.ଏମ୍‌ ଓଡ଼ିଶୀ ସେଣ୍ଟର ପକ୍ଷରୁ ଓଡ଼ିଶୀ ପରିବେଷଣ ହେବ। ଦ୍ୱିତୀୟ ପର୍ଯ୍ୟାୟରେ ଚେନ୍ନାଇର ଶିବମୋହନମ୍‌ ପକ୍ଷରୁ ଜୟକିଶୋର ମୋସାଲିକାନ୍ତି ଓ ତାଙ୍କ ଗ୍ରୁପ୍‌ ଦ୍ୱାରା କୁଚିପୁଡ଼ି ନୃତ୍ୟ ପରିବେଷଣ କରାଯିବ।

୧୯୮୯ ମସିହାରୁ ଲଗାତାର ଭାବେ କୋଣାର୍କ ଉତ୍ସବ ଆୟୋଜିତ ହେଉଛି। ଏହା ଏପରି ଏକ ମୁକ୍ତାକାଶ ମଞ୍ଚ, ଯାହା ଓଡ଼ିଶାର କଳା, ନୃତ୍ୟ ଓ ସଂଗୀତକୁ ବିଶ୍ୱ ଦରବାରରେ ପରିଚିତ କରାଇପାରିଛି। ସୂର୍ଯ୍ୟ ମନ୍ଦିର କୋଳରେ ମୁକ୍ତାକାଶ ତଳେ ଶୀତୁଆ ରାତିରେ କୋଣାର୍କ ରଙ୍ଗମଞ୍ଚରେ ଶାସ୍ତ୍ରୀୟ ନୃତ୍ୟର ସ୍ପର୍ଶ ପାଇବା ପାଇଁ ଦର୍ଶକ ଓ ପର୍ଯ୍ୟଟକ ଉତ୍ସାହର ସହ ଅପେକ୍ଷା କରିଥା’ନ୍ତି।

ସେହିପରି ଚନ୍ଦ୍ରଭାଗା ସମୁଦ୍ର କୂଳରେ ବି ଅନ୍ତର୍ଜାତୀୟ ବାଲୁକାକଳା ମହୋତ୍ସବ ଅନୁଷ୍ଠିତ ହୋଇଥାଏ। ଦେଶ ବିଦେଶରୁ ବହୁ ଶିଳ୍ପୀ ଏଠାରେ ନିଜର ପ୍ରତିଭା ଦେଖାନ୍ତି।

Comment