ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାଲାଇଭ୍‌ କ୍ୟାମେରାରେ କୋଣାର୍କ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବର ଚିତ୍ର। ଦେଖନ୍ତୁ ପୂରା ଭିଡିଓ।

ସମୁଦ୍ରର ଘୂ ଘୂ ଗର୍ଜନ ସାଙ୍ଗକୁ ଅନ୍ୟପଟେ ଚାଲିଥିଲା କୋଣାର୍କ ଉତ୍ସବ। ଏହାରି ଭିତରେ ଚନ୍ଦ୍ରଭାଗା ବେଳାଭୂମିରେ ଚାଲିଥିଲା ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ। ରାଜ୍ୟ ତଥା ଦେଶ ବିଦେଶରୁ ଆସିଥିବା ପର୍ଯ୍ୟଟକ ଶୀତୁଆ ସନ୍ଧ୍ୟାରେ କୋଣାର୍କ ଉତ୍ସବର ମଜା ନେବା ସହ ବାଲୁକା କଳାର ସୌନ୍ଦର୍ଯ୍ୟକୁ ଉପଭୋଗ କରିଥିଲେ।

ଡିସେମ୍ବର ୧ରୁ ୫ ତାରିଖ ଯାଏଁ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ଆୟୋଜିତ ହୋଇଥିଲା। ୫ ଦିନରେ ୫ଟି ଥିମ୍‌ ରଖାଯାଇଥିଲା। ପ୍ରଥମ ଦିନ ପ୍ରକୃତି ପର୍ଯ୍ୟଟନ, ଦ୍ୱିତୀୟ ଦିନରେ ସଂସ୍କୃତି, ପର୍ବ ଓ ପର୍ବାଣୀ, ତୃତୀୟ ଦିନରେ ମହିଳା ସଶକ୍ତିକରଣ, ଚତୁର୍ଥ ଦିନରେ ପ୍ଲାଷ୍ଟିକ୍‌କୁ ନା ଥିମ୍‌ ରହିଥିବା ବେଳେ ପଞ୍ଚମ ଦିନରେ ଐତିହ୍ୟ ଥିମ୍‌କୁ ନେଇ ବାଲୁକା କଳା ପ୍ରଦର୍ଶିତ ହୋଇଥିଲା।

ଚଳିତବର୍ଷ ଯୁକ୍ତରାଷ୍ଟ୍ର ଆମେରିକା, ଆୟର୍‌ଲାଣ୍ଡ, ଡେନ୍‌ମାର୍କ, ଋଷିଆ, କାନାଡା, ଟଗୋ ଓ ଶ୍ରୀଲଙ୍କାରୁ ଶିଳ୍ପୀମାନେ ନିଜ ପ୍ରତିଭା ଦେଖାଇଥିଲେ। ସେହିପରି ଦେଶ ଭିତରୁ ରାଜସ୍ଥାନ, ମହାରାଷ୍ଟ୍ର, ଗୁଜୁରାଟ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ବିହାର, ପଶ୍ଚିମବଙ୍ଗ ଏବଂ ଓଡ଼ିଶାରୁ ବାଲୁକାକଳା ଶିଳ୍ପୀମାନେ ଅଂଶଗ୍ରହଣ କରିଥିଲେ।

Comment