ଓଡ଼ିଶାଲାଇଭ୍ ବ୍ୟୁରୋ

  • କର୍ଣ୍ଣାଟକରେ ୧୨, କେରଳରେ ୫ ନୂଆ ମାମଲା
  • ଓଡ଼ିଶାରେ ଆଉ ଦୁଇ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ
  • ଦିଲ୍ଲୀ ଏବଂ ମହାରାଷ୍ଟ୍ରରେ ସର୍ବାଧିକ ମାମଲା

କୋରନାର ନୂଆ ଭ୍ୟାରିଏଣ୍ଟ ଓମିକ୍ରନ ଧୀରେ ଧୀରେ ନିଜ କାୟା ବିସ୍ତାର କରିବା ଆରମ୍ଭ କଲାଣି। ଦେଶରେ ବର୍ତ୍ତମାନ ସୁଦ୍ଧା ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩୨୭ରେ ପହଞ୍ଚିଛି। ଓଡ଼ିଶାରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪ରେ ପହଞ୍ଚିଛି। ସେହିପରି ତାମିଲନାଡୁରେ ୩୩, କର୍ଣ୍ଣାଟକରେ ୧୨ ଓ କେରଳରେ ୫ ନୂଆ ମାମଲା ସାମ୍ନାକୁ ଆସିଛି।

କରୋନାର ନୂଆ ଭ୍ୟାରିଏଣ୍ଟ ଓମିକ୍ରନକୁ ନେଇ ସାରା ବିଶ୍ଵରେ ଆତଙ୍କ ଖେଳିଯାଇଛି। ଏହା ଡେଲ୍ଟା ଠାରୁ ଦ୍ରୁତ ସଂକ୍ରମକ। କିନ୍ତୁ ଡେଲ୍ଟା ତୁଳନାରେ ଓମିକ୍ରନ ମାରତ୍ମକ ନୁହେଁ ବୋଲି ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ କହିଛି। ସର୍ବପ୍ରଥମେ ଦକ୍ଷିଣ ଆଫ୍ରିକାରେ ଓମିକ୍ରନ ଭ୍ୟାରିଏଣ୍ଟର ଚିହ୍ନଟ କରାଯାଇଥିଲା। ବର୍ତ୍ତମାନ ଭାରତର ୧୭ ରାଜ୍ୟକୁ ଛୁଇଁଛି ଓମିକ୍ରନ।କେଉଁ ରାଜ୍ୟରେ କେତେ ମାମଲା ?

ଓଡ଼ିଶାରେ ୪ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ରରେ ୬୫, ରାଜସ୍ଥାନରେ ୨୨, ଦିଲ୍ଲୀରେ ୬୪, ଗୁଜରାଟରେ ୨୩, ଉତ୍ତର ପ୍ରଦେଶରେ ୨, କେରଳରେ ୨୯, ଜମ୍ମୁରେ ୩, କର୍ଣ୍ଣାଟକରେ ୩୧, ତେଲେଙ୍ଗାନାରେ ୩୮, ଆନ୍ଧ୍ରପ୍ରଦେଶରେ ଜଣେ, ହରିୟାଣାରେ ୬, ଉତ୍ତରାଖଣ୍ଡରେ ଜଣେ, ଚଣ୍ଡିଗଡରେ ଜଣେ, ପଶ୍ଚିମବଙ୍ଗରେ ୨, ତାମିଲନାଡୁରେ ୩୪, ତାମିଲନାଡୁରେ ଜଣେ ଓ ଲଦ୍ଦାଖରେ ଜଣେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଦେଶରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨୩୮ ଥିବାବେଳେ ସର୍ବାଧିକ ମାମଲା ଦିଲ୍ଲୀ ଏବଂ ମହାରାଷ୍ଟ୍ରର ରହିଛି।

Comment