ଓଡ଼ିଶାଲାଇଭ୍ ବ୍ୟୁରୋ

  • କରୋନା ଔଷଧ ମୋଲନୁପିରାଭିରକୁ ଅନୁମତି
  • ଜରୁରି ପରିସ୍ଥିତରେ ଦିଆଯିବ କୋର୍ବେଭ୍ୟାକ୍ସ ଓ କୋଭୋଭ୍ୟାକ୍ସ ଟିକା 

ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଏହାକୁ ରୋକିବା ଦିଗରେ ଟିକାକରଣ ବ୍ୟବସ୍ଥା କରାଯାଇଛି। କରୋନା ମୁକାବିଲା ପାଇଁ ଭାରତକୁ ଆଉ ଗୋଟିଏ ସଫଳତା ମିଳିଛି। କୋଭିଡ ମୁକାବିଲା ପାଇଁ ଆଉ ଦୁଇଟି ଟିକାକୁ ମଞ୍ଜୁରି ମିଳିଛି। ଏହି ଦୁଇଟି ଟିକା ହେଲା ବାୟୋଲୋଜିକାଲ ଇ-କମ୍ପାନିର କୋର୍ବେଭ୍ୟାକ୍ସ ଓ ସେରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆର ଟିକା କୋଭୋଭ୍ୟାକ୍ସ । ଏହା ସହ କରୋନା ଔଷଧ ଆଣ୍ଟି ଭାଇରାଲ ଡ୍ରଗ ମୋଲନୁପିରାଭିରକୁ ମଧ୍ୟ ମଞ୍ଜୁରି ମିଳିଥିବା କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ ସୂଚନା ଦେଇଛନ୍ତି।

ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଲୋକେ ଭୟଭିତ ହୋଇ ରହୁଛନ୍ତି। କରୋନା ମୁକାବିଲା ପାଇଁ କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଆର୍ଗାନାଇଜେସନ(ସିଡିଏସସିଓ) କରୋନାର ଦୁଇଟି ଭ୍ୟାକ୍ସିନ କୋର୍ବେଭ୍ୟାକ୍ସ ଓ କୋଭୋଭ୍ୟାକ୍ସକୁ ବ୍ୟବହାର ପାଇଁ ମଞ୍ଜୁରି ଦେଇଛି। ଏହା ସହ ଆଣ୍ଟି ଭାଇରାଲ ଔଷଧ ମୋଲନୁପିରାଭିରର ବ୍ୟବହାର ପାଇଁ ମଧ୍ୟ ଅନୁମତି ମିଳିଛି।

କୋର୍ବେଭ୍ୟାକ୍ସକୁ ହାଇଦ୍ରାବାଦର ବାଓଲୋଜିକାଲ କମ୍ପାନି ପ୍ରସ୍ତୁତ କରୁଥିବା ବେଳେ କୋଭୋଭ୍ୟାକ୍ସକୁ ପୁଣେସ୍ଥିତ ସିରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ପ୍ରସ୍ତୁତ କରୁଛି।  କେଭୋଭ୍ୟାକ୍ସ ଆମେରିକାର ଏକ କମ୍ପାନିର ହୋଇଥିବାବେଳେ ଏହା ମ୍ୟାନୁଫ୍ୟାକଚର ସିରମ କରୁଛି। ଏହା ସହିତ କରୋନା ଔଷଧ ମୋଲନୁପିରାଭିରକୁ ଦେଶର ୧୩ଟି କମ୍ପାନୀ ମିଶି ପ୍ରସ୍ତୁତ କରିବେ। ରୋଗରେ ପୀଡ଼ିତ ହୋଇ ସଙ୍କଟ ଦେଇ ଗତି କରୁଥିବା ବୟସ୍କଙ୍କୁ ‘ଏସପିଓ୨’ ୯୩ ପ୍ରତିଶତ ସହିତ ଏହି ଔଷଧକୁ ଦିଆଯାଇପାରିବ।

Comment