ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଦିନକୁ ଦିନ କରୋନାର ନୂଆ ଭ୍ୟାରିଏଣ୍ଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବୁଧବାର  ଆଉ ଜଣେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି। ୩୧ ବର୍ଷୀୟ ଆକ୍ରାନ୍ତ ଯୁବକ ଗତ ୧୬ ତାରିଖରେ ଦୁବାଇରୁ ଓଡ଼ିଶା ଫେରିଥିଲେ। ଦୁବାଇରୁ ଫେରି ସେ ଗୋଟିଏ ଦିନ ଘରେ ରହିଥିଲେ। ଜ୍ଵର ହେବାରୁ ସେ ଟେଷ୍ଟ କରିବାରୁ ରିପୋର୍ଟ ପଜିଟିଭ୍ ଆସିଥିଲା। ତାଙ୍କର ଜେନମ ସିକୁଏନ୍ସି କରାଯିବା ପରେ ଓମିକ୍ରନ ଚିହ୍ନଟ ହୋଇଥିଲା।

ଆକ୍ରାନ୍ତଙ୍କ ସଂସ୍ପର୍ଶରେରେ ଆସିଥିବା ତାଙ୍କ ବାପା ମାଆଙ୍କର ପରୀକ୍ଷା କରାଯାଇଥିଲା। ରିପୋର୍ଟ ନେଗେଟିଭ ଆସିଥିଲା। ଦ୍ଵିତୀୟ ଥର ସେମାନଙ୍କର ଟେଷ୍ଟ କରାଯିବ। ନୂଆ ଓମିକ୍ରନ ଆକ୍ରାନ୍ତଙ୍କଠାରେ କମ୍ ଲକ୍ଷଣ ରହିଛି। ତାଙ୍କ ସ୍ଵାସ୍ଥ୍ୟାବସ୍ଥା ଭଲ ରହିଛି ବୋଲି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୯ରେ ପହଞ୍ଚିଛି। ଜଣେ ଓମିକ୍ରନ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Comment